ମାତ୍ର ଦୁଇମାସରେ ଉଠିଗଲା ପିଚୁ ଜାଣନ୍ତୁ କୋଉଠି ?


ତିର୍ତ୍ତୋଲ :- ଏମିତି କୋଉଠି ଦେଖି ନଥିବେ ! କାର୍ଯ୍ୟର ଦୁଇମାସ ମଧ୍ୟରେ ରାସ୍ତାର ପିଚୁ ଉଠିଗଲା ! ରାସ୍ତାର ଅବସ୍ଥା ପୁନଃ ମୂଷିକ ଭବ !ସାଧାରଣ ଲୋକଙ୍କ ପାଖରେ ସରକାର ହେଲେ ହାସ୍ୟାସ୍ପଦ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ମୂଳିସିଂ ପଞ୍ଚାୟତ ଅନ୍ତର୍ଗତ , ବାଘୁଆବାରି ରେଲୱେ ଲେବଲକ୍ରଶିଂ ଠାରୁ ଯେଉଁ କେନାଲବନ୍ଧ ରାସ୍ତା ଟି କାବଲପୁର ଦେଇ ବିଶେଶ୍ୱରପୁର ଠାରେ ନୂଆପଡ଼ା ଠାରୁ ବାହାରିଥିବା 12 ନମ୍ବର ସାରଳା କେନାଲବନ୍ଧ ରାସ୍ତା ରେ ମିଶିଛି !ସେହି ରାସ୍ତାଟି ମାତ୍ର 2/3 ମାସ ପୂର୍ବରୁ ପିଚୁ ରାସ୍ତା ରେ ପରିଣତ କରଯାଇଥିଲା । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମୁନାଫାଖୋର ଓ ସଲା- ସୁତରା ଯୋଗୁଁ ଏହି ପିଚୁ ରାସ୍ତା ନିର୍ମାଣରେ ଏତେ ନିମ୍ନ ମାନର କାମହୋଇଛି ଯେ ପିଚୁଗୁଡ଼ିକ ଉଠିଯାଇ କେବଳ ଚିପ୍ସ ଆଉ ଡଷ୍ଟ ପଡିଛି । ଏହି କେନାଲବନ୍ଧ ରାସ୍ତାରେ ପ୍ରତିଦିନ 20/22 ଟି ପଞ୍ଚାୟତର ଲୋକମାନେ ଯାତାୟତ କରୁଥିବା ବେଳେ , ପ୍ରସିଦ୍ଧ ବିଭୂତିକ୍ଷେତ୍ର ବାବା ଗୋରେଖନାଥ ଙ୍କ ପୀଠକୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁଭକ୍ତ ମାନେ ଯାତାୟାତ ନିମନ୍ତେ ନିର୍ଭର କରିଥାନ୍ତି। ମାତ୍ର ନିମ୍ନ ମାନର କାମ ପାଇଁ ରାସ୍ତା ଉପରୁ ପିଚୁ ଉଠିଯିବାରୁ , ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି ଏହି ରାସ୍ତା କାମ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନେ ଠିକ ଭାବରେ ତଦାରଖ କରିଛନ୍ତି ତ ? ଆଉ ଯଦି ତଦାରଖ କରିଛନ୍ତି ତେବେ ମାତ୍ର ଦିନ କେଇଟା ପରେ ରାସ୍ତା ର ଦୂରାବସ୍ଥା ପାଇଁ ଦାୟୀ କିଏ ? ଠିକ ସେହିପରି ନୁଆପଡ଼ା ଠାରୁ କନକପୁର ସାରଳାହାଟ ପର୍ଯ୍ୟନ୍ତ 12 ନମ୍ବର ସାରଳା କେନାଲବନ୍ଧ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏହି ରାସ୍ତାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଜଳସମ୍ପଦ ବିଭାଗର ଉଚ୍ଚପଦସ୍ତ୍ ଅଧିକାରୀ ମାନେ ଏଥିପ୍ରତି ଯଥାର୍ଥ ଦୃଷ୍ଟି ଦେଇ ଓ ଅନୁଧ୍ୟାନ କରି ଏପରି ମନମୁଖୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକାଦାର ସଂସ୍ଥା ବିରୁଦ୍ଧରେ ଦୃଢ଼ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି।
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



