ପୂର୍ବତନ ଶିକ୍ଷକଙ୍କ ପରଲୋକ


କଣ୍ଟାମାଳ, ୨୯|୦୯( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଝାରମୁଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ସାହୁ(୭୦)ଙ୍କ ପରଲୋକ ହୋଇ ଯାଇଛି | ଶ୍ରୀ ସାହୁ ପ୍ରଥମେ ପଲସାଗୋରା ଉଚ୍ଚ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ | ପରେ ରାଜସ୍ବ ନିରୀକ୍ଷକ ପଦବୀରେ ରହିବା ସହ ତରଭା ଏନ୍ ଏ ସି ନିର୍ବାହୀ ଅଧିକାରୀ ଓ ପରେ ସୋନପୁରର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ | ଶେଷରେ ରେଭେନ୍ୟୂ ସୁପର ଭାଇଯର ଭାବରେ ଅବସର ନେଇଥିଲେ | ସେ ଜଣେ ମିଷ୍ଟଭାଷୀ, ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ | ଆଜି ଶ୍ରୀ ସାହୁ ନିଜ ଘରେ ଖଟରେ ଶୋଇଥିବା ସମୟରେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଆଜି ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁଅ ଲକ୍ଷ୍ମୀକାନ୍ତ ସାହୁ ମୁଖାଗ୍ନି ଦେଇଥିଲେ | ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁ ସହ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି|
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



