Orisha

ସ୍ବଚ୍ଛତା ହିଁ ସେବା କାର୍ଯକ୍ରମ 

 

କଣ୍ଟାମାଳ,୨୯/୦୯:(ପ୍ରଭାତ କୁମାର ସାହୁ),କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ରୁଣ୍ଡିମହୂଲ୍ ଗ୍ରାମ ପଞ୍ଚାୟତର ବାଲିଯୋରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମହାଳିକଙ୍କ ଅଧ୍ୟକ୍ଷତାରେ ସ୍ବଚ୍ଛତା ହିଁ ସେବା କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି ! କଣ୍ଟାମାଳ ବ୍ଲକ୍ ପରିମଳ ବିଭାଗର ମାଷ୍ଟର୍ ଟ୍ରେନର୍ ରଂଜନ ପାତ୍ର, ପୂର୍ଣ୍ଣ ଚରଣ ସାହୁ ଯୋଗ ଦେଇ ହାତ ଧୁଆ କାର୍ଯକ୍ରମ, ସଫେଇ କାର୍ଯକ୍ରମ, ସ୍ବଚ୍ଛତା ରାଲି,ଆବର୍ଜନା ମୁକ୍ତ ଭାରତ,ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ,! ବିଦ୍ୟାଳୟର ସହକାରୀ ଶିକ୍ଷକ ସମ୍ବିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ନରେନ୍ଦ୍ର ମହାଳିକ,ସୁରେଶ ନାଏକ,ଶିକ୍ଷୟତ୍ରୀ ଶକୁନ୍ତଳା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଶେଷରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ବଚ୍ଛତା ରାଲି ବରପଦର ବାଲିଯୋରୀ ଗ୍ରାମ ପରିକ୍ରମା କରିଥିଲେ।ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ବଚ୍ଛତା ଶପଥ ପାଠ ଗ୍ରହଣ କରଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button