Orisha

ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ତୀରନ୍ଦାଜ ରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ l

 

ବୌଦ୍ଧ -29.09 – ଆଜି ଅପରାହ୍ନରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ତୀରନ୍ଦାଜ ରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ l ସୂଚନା ଯୋଗ୍ୟ ଯେ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ସୁରଜ କୁମାର ମେହେର, ପିତା – ନିରଞ୍ଜନ ମେହେର ମାତା – ସରିତା ମେହେର ଓଡିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ତୀରନ୍ଦାଜ ପ୍ରତିଯୋଗିତା ରେ ଶିଲଭର ଏବଂ ବ୍ରୋଞ୍ଜ ପଦକ ହାସଲ କରି ଜାତୀୟ ସ୍ତର କୁ ମନୋନୀତ ହୋଇଛନ୍ତି l ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଗୁଜୁରାଟ ର ଗାନ୍ଧୀ ନଗର ରେ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହ ରେ ହେବାକୁ ସ୍ଥିରୀକୃତ ହେବାକୁ ଥିବା ବେଳେ ସେହି ଖେଳରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ଆହ୍ୱାନ କରିଥିଲେ l ପିତା ଇନ୍ଦ୍ରମଣି ମେହେର ଏବଂ ମାତା ସନ୍ତୋଷିନୀ ମେହେର ଙ୍କ ଦୁଇ ପୁଅ, ଝିଅ ଟେନିଶା ମେହେର ଏବଂ ଦୁର୍ଗଦତ୍ତ ମେହେର ଓଡିଶା ସରକାର ଙ୍କ କ୍ରୀଡା ଛାତ୍ରl ବାସ ରେ ରହି ପଢିବା, ଖେଳିବା ପାଇଁ ମନୋନୀତ ହୋଇଛନ୍ତି l ଏହା ପୂର୍ବରୁ ସେ ଦୁଇ ଭାଇ, ଭଉଣୀ ଅନେକ ଥର ରାଜ୍ୟ ସ୍ତର ଏବଂ ଜାତୀୟ ସ୍ତର ରେ ଅଂଶଗ୍ରହଣ କରି ବୌଦ୍ଧ ଜ଼ିଲ୍ଲା ପାଇଁ ଗର୍ବ ତଥା ଗୌରବ ଆଣିଥିବାରୁ ଜ଼ିଲ୍ଲାପାଳ ସେମାନଙ୍କୁ ମଧ୍ୟ୍ୟ ଉତ୍ସାହିତ କରିଥିଲେ l ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଏମ. ମିଞ୍ଜ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଅନ୍ୟ ଅଧିକାରୀ ମାନେ ମଧ୍ଯ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଏହା ପରେ ସଫଳତା ହାସଲ କରିଥିବା ଛାତ୍ର, ଛାତ୍ରୀ ମାନେ ସମସ୍ତ ଙ୍କ ଆଶୀର୍ବାଦ ନେଇ ସମସ୍ତ ଙ୍କୁ ଚକୋଲେଟ ବାଣ୍ଟିଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button