Orisha

ପଲଶାଗୋରାରେ କୋଶଲି ସଂସ୍କୃତି ଦିନ ପାଳିତ 

କଣ୍ଟାମାଳ, ତା ୨୯/୯:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ଫଲଶାଫୁଲ କଲାପଟା କମିଟି ତରଫରୁ କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ୧୦୦ତମ ଜୟନ୍ତୀ ପାଳନ ସହ କୋଶଲି ସଂସ୍କୃତି ଦିନ ସ୍ଥାନୀୟ ଶିଶୁମନ୍ଦିରଠାରେ ସନ୍ଧ୍ୟାରେ ପାଳିତ ହୋଇଯାଇଛି |କମିଟିର ସଦସ୍ୟମାନେ କୋଶଲି ବାଲ୍ମୀକିଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଦେଇ ପୂଜା କରିବା ପରେ ସମ୍ପାଦକ ପ୍ରଭାତ କୁମାର ଖମାରୀ କୋଶଲି ବାଲ୍ମୀକି ଇନ୍ଦ୍ରମଣୀ ସାହୁଙ୍କ ଜୀବନୀ ଉପରେ କହିବା ସହ ଉକ୍ତ ଦିନ ପାଳନ ବିଷୟରେ ବକ୍ତବ୍ୟ ରଖିଥିଲେ |ପରେ କାର୍ଯ୍ୟକ୍ରମରେ କମିଟି ସଭାପତି ଅଜିତ ଗିରି, ବରିଷ୍ଠ ସଦସ୍ୟ ରାଜକିଶୋର ସାହୁ, ସଂଜୀବ ପ୍ରହରାଜ, ଈଶ୍ୱର ଚନ୍ଦ୍ର ସାହୁ, ଶିଶୁମନ୍ଦିର ପ୍ରଧାନ ଗୁରୁଜୀ ହେମନ୍ତ ପୁଟେଲ,ସହ ସମ୍ପାଦକ ଅଂଶୁମାନ କର୍ମୀ, ରଞ୍ଜନ ପାତ୍ର, ଜଗନ୍ନାଥ ମହାପାତ୍ର, ଦିଲେଶ୍ଵର ରଣା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ |

 

କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button