Orisha

କାଠଗଣ୍ଡିରେ ପିଟିହେଇ ବାଇକ୍ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ !

ରଘୁନାଥପୁର :- ରାତି ଗୋଟାଏ ହେବ,ଢାବାରେ କାମସାରି ଘରକୁ ଫେରୁଥିଲେ ଦୀପକ ଭୋଇ ! କିଏ ଜାଣିଥିଲା ଘରକୁ ଫେରିବା ବାଟରେ ଛକି ବସିଛି କାଳଯମ ! ହାତରେ ଧରିଛି ଦଉଡି! ସବୁଦିନ ପାଇଁ ସ୍ତ୍ରୀ ପିଲା ଓ ପରିବାର ଠାରୁ ଚାଲିଯିବ ଅଫେରା ରାଇଜକୁ ! ସମୟ ଅଧିକ ହୋଇଯାଇ ଥିବାରୁ ଦ୍ରୁତ ଗତିରେ ମାଡି ଚାଲିଥିଲା ଦୀପକ ! ରାସ୍ତାର ପ୍ରଶସ୍ଥି କରଣ ପାଇଁ ଚାଲିଥିବା କାର୍ଯ୍ୟ ଯୋଗୁ ରାସ୍ତା କଡରେ ପଡିଥିଲା କଟାଯାଇଥିବା ମୋଟା ଗଛର ଗଣ୍ଡି! ଦୀପକର ବାଇକ ଶକ୍ତଭାବରେ ପିଟିହେଇଗଲା ଗଛର ଗଣ୍ଡି ରେ ! ଘଟଣା ସ୍ଥଳରେ ଦୀପକ ର ଜୀବନ ଯମ ହାତକୁ ଚାଲିଗଲା ! ଏହି ମର୍ମନ୍ତୁଦ ଘଟଣାଟି ଘଟିଛି,ଜଇପୁର ଜଗତସିଂହପୁର ରାସ୍ତାର ଛପଡା ଗୋରେଖନାଥ ରେଳଷ୍ଟେସନ ନିକଟରେ ! ଗତ ଗୁରୁବାର ରାତି ଗୋଟାଏ ସମୟର ଘଟଣା, ଯାହା ଗଛକାଟୁ ଥିବା ଠିକାଦାର ପାଇଁ ଦୀପକର ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ଚାଲିଛି !ମୃତ ଦୀପକ ଭୋଇ ଏକାଦଶୀ ଭୋଇ ଙ୍କର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ , ତାର ସ୍ତ୍ରୀ ଓ ଦୁଇଟି ପୁଅ ଝିଅ ଅନାଥ ହୋଇ ଯାଇଛନ୍ତି ।ଘଟଣାର ପରଦିନ ଅର୍ଥାତ ଶୁକ୍ରବାର ଦିନ ସକାଳୁ , ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଓ ମୂତବ୍ୟକ୍ତି ଙ୍କ ପରିବାର ଲୋକମାନେ ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ କରି , ପ୍ରଶାସନ ଓ ଗଛ କାଟିଥିବା ଠିକାଦାର ସଂସ୍ଥା ତରଫରୁ କ୍ଷତି ପୂରଣ ଦାବୀ କରିଥଲେ। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ପହଞ୍ଚି ବୁଝାସୁଝା କରି, ପ୍ରତିଶ୍ରୁତି ଦେବା ପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button