Orisha
ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l


ବୌଦ୍ଧ -29-09-ବୌଦ୍ଧ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜ଼ିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜ଼ିଲ୍ଲାରେ ସଡକ ଦୁର୍ଘଟଣା ଏବଂ ମୃତ୍ୟୁହାର ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜ, ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଜାତୀୟ ରାଜପଥ ନିର୍ବାହି ଯନ୍ତ୍ରୀ ଚନ୍ଦନ କୁମାର ରଥ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସଡକ ସୁରକ୍ଷା ଉପରେ ପୋଲିସ୍ ଏବଂ ଆରଟିଓଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ, ବାଇ-ପାସ୍ ରାସ୍ତାର ଜଗଦୀଶପୁର ଛକ ଠାରେ ଦୁର୍ଘଟଣା ରୋକାଯିବା , ଆଡେନିଗଡ CHC ରେ ଆମ୍ବୁଲାନ୍ସ ରଖାଯିବା ନେଇ ଆଲୋଚନା କରାଯାଇଥିଲା ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



