ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୁଢିପଦର ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ l


ବୌଦ୍ଧ -29-09- ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୁଢିପଦର ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ବୁଢିପଦର ପୂର୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଓ ଦୌରା ଜଜ୍ ବିକ୍ରମ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତି ସାସ୍ୱତି ମିଶ୍ର ପରିଚାଳନା କରିଥିଲେ । ଅତିଥି ଭାବେ ବୌଦ୍ଧ ପୋଲିସ୍ ସବ୍ ଇନସ୍ପେକ୍ଟର ତୁଳାରାମ ମହାନନ୍ଦ, ଶିଶୁ କଲ୍ୟାଣ କମିଟିର ସଦସ୍ୟ ରାଜୀବ କୁମାର ନାୟକ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପରିଡା , ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇଥିଲେ । ଶିବିରରେ ଯୌନ ଅପରାଧରୁ ପିଲାଙ୍କୁ ସୁରକ୍ଷା ଅଧିନିୟମ, ଓଡିଶା ପୀଡିତା କ୍ଷତିପୂରଣ ଆଇନ, ୨୦୧୮ ଏବଂ ସାଇବର ନିୟମ ତଥା ସୁରକ୍ଷା ନେଇ ଅତିଥିମାନେ ଆଲୋଚନା କରିଥିଲେ । ଶିବିରରେ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ର. କର୍ମଚାରୀ, ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର ଙ୍କ ରିପୋର୍ଟ ସମର୍ଥ ନିୟୁଜ



