Orisha

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ l

 

ବୌଦ୍ଧ -29-09-ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁରଭି -2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, କ୍ଲଷ୍ଟର ସଂଯୋଜକ ତୋଷଣ କୁମାର ମହାକୁଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ପ୍ରଭାସ କୁମାର ରଥ (ଟୁନା),ମୁଖ୍ୟ ଅତିଥି ଓ ବହିରା ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ, କୃଷ୍ଣଚନ୍ଦ୍ର ମିଶ୍ର, ଜୁରାମୁଣ୍ଡା ସରକାରୀ ଉ ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନାଦି ଚରଣ ବେହେରା, ତେନ୍ତୁଳିପାଲି ଉ ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ ମିର୍ଧା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଏହି ଅବସରରେ ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମରେ ଶିକ୍ଷକ ଶିରୀଶ ଗାଈଗୌରୀଆ,ଲାଳମଣି ଖଟୁଆ, ହିମାଂଶୁ ଶେଖର ବିଶି, ଖିରୋଦ ବେହେରା, ଲୋହିତ ସେଠୀ, ପ୍ରଦୀପ ନାଏକ, ପ୍ରମୋଦ ପୁରୋହିତ, ଲିଙ୍ଗରାଜ ମହାକୁଡ଼, ନାରାୟଣ ମହାରଣା, ହାଡିବନ୍ଧୁ ସାହୁ, ଶିକ୍ଷୟତ୍ରୀ ଲବଙ୍ଗଲତା ଅଧିକାରୀ, ବବିତା ଭୋଇ ପ୍ରମୁଖ ସହଯୋଗ କରିଥିଲେ, କାର୍ଯ୍ୟକ୍ରମ ଶେଷରେ ବିଶ୍ୱମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button