Orisha

ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ଅକ୍ଟବର ମାସ ୪ରେ ଧର୍ମଗଡ଼ ବନ୍ଦ ଡାକରା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ଆଜି ଧର୍ମଗଡ଼ ପଞ୍ଚାୟତ କଲେଜର ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧାରଣାସ୍ଥଳରେ ପହଞ୍ଚି ଜିଲ୍ଲା ଦାବି ନେଇ ନାରାବାଜି କରିଥିଲେ। ଛାତ୍ର ବିଦ୍ୟାଧର ମାଝୀ ଓ ଛାତ୍ରୀ କସ୍ତୁରୀ ଦୁର୍ଗାଙ୍କ ନେତୃତ୍ଵରେ ବୈଶାଳୀ ରାଉତ, ଅନିଶା ରାଉତ, ସୁଧୀର ମହାରଣା, ଲିଙ୍ଗେଶ୍ୱର ଜାଲ, ପ୍ରଭାତ ବାଗ, କିଶୋର ଦୁର୍ଗା, ଉମାକାନ୍ତ ସୁନାନୀ, ଶେଖର ଦୁର୍ଗା, ରିତେଶ ନାଏକ, ପ୍ରିନ୍ସ ବାରିକ, ଜୟମଣି ବେମାଲ, ରଶ୍ମିତା ସୁନାନୀ, ବସୁମତୀ ବାଗ, ମେଘା ନାଏକ, ମୋନିକା ମହାନନ୍ଦ, ଜିବେଶ୍ୱରୀ ବେମାଲ, ପ୍ରିୟଙ୍କା ନାଏକ, ରଞ୍ଜିତା ସାହୁ, ବୈଷ୍ଣବୀ ଦୁର୍ଗା, ରଞ୍ଜିତା ଦୁର୍ଗାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଧାରଣାରେ ସାମିଲ ହୋଇଥିଲେ। ଦାବି ନଶୁଣିଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ।

ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷୀ ସଭା ପରିଚାଳନା କରିଥିବା ବେଳେ ପଞ୍ଚାୟତ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଆଇନଜୀବୀ ଚିନ୍ତାମଣି ପାତ୍ର, ଲଳିତ ପଣ୍ଡା, କ୍ରିୟାନୁଷ୍ଠାନ କମିଟି ସଦସ୍ୟ ନିରଞ୍ଜନ ମହାପାତ୍ର, ଜନ୍ମେଜୟ ନାଏକ, ଜଗବନ୍ଧୁ ମିଶ୍ର, ବ୍ରଜେଶ ପଣ୍ଡା, ସନ୍ତୋଷ ପାଢ଼ୀ, ଡାକେଶ୍ୱର ଲହଜଲ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଉପଖଣ୍ଡର ବହୁ ସଂଗଠନ ଦାବିକୁ ସମର୍ଥନ ଜଣାଉଥିବା ବେଳେ ଆସନ୍ତା ୪ ତାରିଖ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି।

ଏନେଇ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ରୟାଲ ପ୍ୟାଲେସରେ ଅନୁଷ୍ଠିତ ହୋଇଥିଲା। କ୍ରିୟାନୁଷ୍ଠାନ କମିଟି ଆବାହକ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ୪ ତାରିଖ ବନ୍ଦ ପାଳନ ନେଇ ଆଲୋଚନା କରାଯାଇଥିଲା। ଉପଖଣ୍ଡର ୬ଟି ବ୍ଲକରେ କ୍ରିୟାନୁଷ୍ଠାନ କମିଟିର କୋର୍ କମିଟି ସଦସ୍ୟ ଉପସ୍ଥିତ ରହି ବନ୍ଦ ପାଳନ ପରିଚାଳନା କରିବା ପାଇଁ ସ୍ଥିରୀକୃତ ହୋଇଛି। ଉକ୍ତ ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଘରୋଇ ବସ୍‌ ମାଲିକ ସଂଘ, ଡ୍ରାଇଭର ସଂଘ, ଓକିଲ ସଂଘ, ବ୍ୟବସାୟୀ ସଙ୍ଘ, ଆଦିବାସୀ ସଂଘ, ଯାଦବ ସଙ୍ଘ ସମେତ ଧାରଣାରେ ଭାଗ ନେଇଥିବା ସମସ୍ତ ଅନୁଷ୍ଠାନକୁ ଅନୁରୋଧ କରାଯାଇଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button