ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ବାଉଁଶୁଣି ବିଦ୍ୟୁତ ଷ୍ଟ୍ରକଚର୍ ପରିଭ୍ରମଣ।


ବୌଦ୍ଧ-୨୯-୯ (ସମର୍ଥ ନ୍ୟୁଜ) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି। ଏଥିପାଇଁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଦହ୍ୟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ନବମ ଓ ଦଶମ ଶ୍ରେଣୀ ହାର୍ଡୱେର୍ ଓ ଇଲକ୍ଟ୍ରୋନିକ୍ସ ଭଳି ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ମାନେ ଶୁକ୍ରବାର ବାଉଁଶୁଣି ବିଦ୍ୟୁତ ବିଭାଗ ଷ୍ଟ୍ରକଚର୍ ପରିଭ୍ରମଣ କରିଛନ୍ତି। ପରିଭ୍ରମଣ ସମୟରେ ବାଉଁଶୁଣି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଜଲାଉଦ୍ଦିନ୍ ମହମ୍ମଦ ତଥା ବିଭାଗୀୟ କର୍ମଚାରୀଙ୍କ ଠାରୁ ବିଦ୍ୟୁତ ଯୋଗାଣ, ଫିଡର ପରିଚାଳନା ଓ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ବାଇଁଙ୍କ ଅନୁମତି କ୍ରମେ ବିଭାଗୀୟ ଶିକ୍ଷକ ପ୍ରକାଶଚନ୍ଦ୍ର ଜେନା, ସହାୟକ ଶିକ୍ଷକ ଚକ୍ରଧର ମେହେର, ସଞ୍ଜୟ ବିଶ୍ୱାଳ ପ୍ରମୁଖ ଛାତ୍ରଛାତ୍ରୀଙ୍କ ପରିଭ୍ରମଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



