Orisha

ଡକାୟତି ଗ୍ୟାଙ୍ଗକୁ ପର୍ଦାଫାସ କଲା ବୋର୍ଡ଼ା ପୋଲିସ

କଳାହାଣ୍ଡି ଜିଲ୍ଲା -ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଟ କରି ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ବୋର୍ଡ଼ା ପୋଲିସ ଗିରଫ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, କାର୍ଲାପିଟା ଗାଁର ଯଦୁମଣୀ ସାହୁ ଓ ଡଙ୍ଗାପଖାନ୍ ଗାଁର ଚିନ୍ତାମଣୀ ସାହୁ ଏକ ମୋଟର ସାଇକେଲ ନମ୍ବର ଓଆର୍ – ୦୩ଜି – ୩୨୯୩ ଘରକୁ ଫେରୁଥିବା ସମୟରେ ଗୁରୁଜୁଙ୍ଗ ଭାଟି ସାମ୍ନାରେ ପଞ୍ଚ ଜଣ ଅଜଣା ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ମୋଟର ସାଇକେଲ ଏବଂ ମୋବାଇଲ ଲୁଟି ନେଇଥିଲେ । ବୋର୍ଡ଼ା ଫାଣ୍ଡିରେ ଅଭିଯୋଗ ହେବା ପରେ ଫାଣ୍ଡି ପୋଲିସ ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ କେଗାଁ ଥାନା ବୁର୍ଡି ଗାଁର ସୁଶାନ୍ତ ସାହୁ, ସୁଶାନ୍ତ ପୁଞ୍ଜି, ଦୀନେଶ ସାହୁ, ଗୋପାଳ ସାହୁ ଏବଂ ସୀତାରାମ ସାହୁଙ୍କୁ ପୋଲିସ ଗିରଫ କରି ପଚାରୁ ଉଚରା କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଲୁଟେରା ଗ୍ୟାଙ୍ଗମାନେ ଲୁଟ କରିବା ପରେ କାର୍ଲାପିଟା ଗାଁର ନିକଟ କରାଡୁଙ୍ଗୁରି ଜଙ୍ଗଲରେ ମୋଟର ସାଇକେଲ ଲୁଚାଇ ରଖିଥିଲେ। ଲୁଟେରା ଗ୍ୟାଙ୍ଗମାନଙ୍କ ଠାରୁ ମୋଟର ସାଇକେଲ ଏବଂ ମୋବାଇଲ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଲୁଟେରା ଗ୍ୟାଙ୍ଗ ଭବାନୀପାଟଣା ଏବଂ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଲୁଟତରାଜ୍ ଏବଂ ଡକାୟତିରେ ସଂପୃକ୍ତ ଥିବା ପୋଲିସ ସୁରଗ ପାଇ ଥିବାରୁ ଘଟଣାକୁ ଗୁରୁତ୍ଵ ଦେଇ ତଦନ୍ତ କରିଥିବା ଫାଣ୍ଡି ପୋଲିସ ଅଧିକାରୀ ଶ୍ରୀ ସାହୁ ମନ୍ତବ୍ୟ ପ୍ରକାଶ କରିଛନ୍ତି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button