ବନ କର୍ମଚାରୀଙ୍କୁ ନୟାନ୍ତ କଲେଣି ହାତୀପଲ, ଜଙ୍ଗଲକୁ ଯିବାକୁ ନା ଧରୁନାହାନ୍ତି।


କଣ୍ଟାମାଳ ,ତା ୨୯/୯:(ପ୍ରଭାତ କୁମାର ସାହୁ)ଜଙ୍ଗଲକୁ ଯିବାକୁ ନା ଧରୁ ନାହାନ୍ତି ହାତୀ ପଲ । ବେଶ ରାତିରେ ଚାଷୀଙ୍କ ବିଲବାଡ଼ିରୁ ଫସଲ ଖାଇ ସକାଳୁ ପୁଣି ନଦୀ ତଟ ଜଙ୍ଗଲରେ। ଫଳରେ ବନ କର୍ମଚାରୀ ବେଶ ହଇରାଣ ହେବାକୁ ପଡୁଛି। ଏପଟେ ଚାଷୀ ମୁଣ୍ଡରେ ହାତଦେଇ ଘର ପିଣ୍ଢାରେ । ପୁଣି ଗ୍ରାମବାସୀ ଭୟଭୀତ ହୋଇ ଇତଃସ୍ତତଃ । ଏହା ଆଜିର କଥା ନୁହଁ। ଲଗାତାର ୬ ଦିନ ହେଲା ବୌଦ୍ଧ ଜିଲ୍ଲା କଣ୍ଟମାଳରେଞ୍ଜ ଅନ୍ତର୍ଗତ ଘଣ୍ଟାପଡ଼ା ସେକସନ ଓ କଣ୍ଟାମାଳ ସେକସନର ତେଲ ନଦୀ କୁଳରେ ଥିବା ଗାଁ ଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ କରୁଣ କାହାଣୀ। ସୂଚନାମତେ ଗତ ୫ଦିନ ହେବ ଉକ୍ତ ହାତୀପଲ ନଦୀ ଆରପଟ ତରଭା ବନାଞ୍ଚଳକୁ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ହାତୀପଲରେ ଅନେକ ଛୁଆ ଥିବାରୁ ସେମାନେ ତେଲ ନଦୀର ସ୍ରୋତରେ ଆରପାରିକୁ ଯାଇପାରୁନାହାନ୍ତି। ଫଳରେ ଏମାନେ ରାତିରେ ଚାଷୀଙ୍କ ଫସଲ ଖାଇ ଦଳି ନଷ୍ଟ କରି ସକାଳୁ ପାଖ ନଦୀ ତଟ ଜଙ୍ଗଲରେ ଆଶ୍ରୟ ନେଉଛନ୍ତି।କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ଵରେ ବନ କର୍ମଚାରୀ ଦିନ ରାତି ହାତୀପଲର ଗତିବିଧି ଲକ୍ଷ୍ୟ କରୁଥିଲେ ସୁଦ୍ଧା ଜଙ୍ଗଲକୁ ଘଉଡ଼ାଇବାରେ ଅସଫଳ ହେଉଛନ୍ତି। ଗୁରୁବାର ମାଣିକପୁର ନଦୀତଟର ଜଙ୍ଗଲରେ ଆଶ୍ରୟ ନେଇଥିବା ସ୍ଥଳେ ଆଜି ଶ୍ରୀମାଳନଦୀତଟ ସାଗୁଆନ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହି ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଶିଘ୍ର ହାତୀପଲ ଘଭଡ଼ାଇବାକୁ ଆକୁଳ ନିବେଦନ କରିଛନ୍ତି ଏବଂ ଚାଷୀଙ୍କୁ ଶିଘ୍ର କ୍ଷତିପୁରଣ ଦେବାକୁ ଦାବି କରିଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



