Orisha

ଘଣ୍ଟାପଡ଼ା ହାଇସ୍କୁଲରେ ସାମାଜିକ ସମିକ୍ଷା ବୈଠକ ଅନୁଷ୍ଠିତ

କଣ୍ଟାମାଳ, ତା ୨୯/୯ (ପ୍ରଭାତ କୁମାର ସାହୁ) ମୋ ସ୍କୁଲ ଅଭିଯାନର ସାମାଜିକ ସମୀକ୍ଷା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ସଭାପତି ସୁଶାନ୍ତ ମାଝୀଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋ ସ୍କୁଲ ଅଭିଯାନର ସଂପାଦକ ତଥା ପ୍ରଧାନଶିକ୍ଷକ ପିତବାସ ପଣ୍ଡା ଅଭିଯାନରୁ ହୋଇଥିବା ଆୟ ଏବଂ ସରକାରଙ୍କ ଦ୍ଵାରା ୨ ଗୁଣ ଅନୁଦାନ ବିଷୟରେ ଆଲୋଚନା କରିଥିଲେ ଏବଂ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଆବଶ୍ୟକୀୟ କାର୍ଯ୍ୟ ପାଇଁ ମତାମତ ଲୋଡିଥିଲେ। ପୂର୍ବରୁ ହୋଇଥିବା କାର୍ଯ୍ୟର ସମୀକ୍ଷା ପାଇଁ ଏକ ୫ଜଣିଆ ଅଡିଟ ପାଇଁ ସର୍ବସମ୍ମତ ପ୍ରକାଶ ପାଇଥିଲା। ପରିଶେଷରେ ଗାଇଡ ଲାଇନ ଭିତରେ ମୋ ସ୍କୁଲ ଅଭିଯାନର ସଭାପତି ଓ ସଂପାଦକଙ୍କ ସହ ଶିକ୍ଷାବିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ସାହୁ, ଶିକ୍ଷାବିତ ଶ୍ରୀପତି ମଲିକ, ଆମ୍ବଗାଁ ହାଇସ୍କୁଲର ଆଲୁମିନି ସଦସ୍ୟ ଦେବେନ୍ଦ୍ର ସାହୁ ଓ ଘଣ୍ଟାପଡ଼ା ହାଇସ୍କୁଲର ଆଲୁମିନି ଗିରିଧର ଦେହୁରୀ ଅଡିଟର ପାଇଁ ମନୋନୀତ ହୋଇଥିଲେ। ଏହି ବୈଠକରେ ମୋସ୍କୁଲ ଅଭିଯାନର ସଦସ୍ୟ ଓ ଅଭିଭାବକ ଉପସ୍ଥିତ ରହିଥିଲେ । ସହକାରୀ ଶିକ୍ଷକ ସନ୍ତୋଷ ସାହୁ ସଭା ପରିଚାଳନା କରିଥିବା ସ୍ଥଳେ ସହକାରୀ ଶିକ୍ଷକ ଲିପୁନ ପ୍ରଧାନ ଧନ୍ୟବାଦ ଦେଇଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button