Orisha

ଯୋଜନାର ବହୁ ଦୂରରେ ବିଧବା କଇତା, ଆବାସ ଯୋଜନା ସାତ ସପନ, ଭxଙ୍ଗା ଦଦରା ଘରେ ବିତୁଛି ଜୀବନ

କଣ୍ଟାମାଳ, ୨୮|୦୯( ପ୍ରଭାତ କୁମାର ସାହୁ): ସରକାର ଗରିବ ଅସହାୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଗରିବ ନିରୀହ ଲୋକଙ୍କ ନିକଟରେ ଯୋଜନା ପହଞ୍ଚି ପାରୁ ନାହିଁ | ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ବାଟବଣା ସଦୃଶ ମନେ ହୁଏ | ଗରିବ ଲୋକଙ୍କ ମୁଣ୍ଡ ଉପରେ ଖଣ୍ଡିଏ ପକ୍କା ଘର ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ପକ୍କା ଘର ଯୋଜନାର ବହୁ ଦୂରରେ ଗରିବ ହିତାଧିକାରୀ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ଗ୍ରାମରେ| ଶୁଣ୍ଡିପଦର ଗ୍ରାମର ବିଧବା ବୃଦ୍ଧା କଇତା ଭବସାଗର | ଆଜି ଯାଏ ତାଙ୍କୁ ସରକାର ପକ୍ଷରୁ ମିଳିପାରିଲାନି ଆବାସ ଘର | ସ୍ବାମୀ ଚାଲିଗଲା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଭତ୍ତା ଖଣ୍ଡିଏ ମିଳି ନଥିବା କହିଛନ୍ତି | ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଚାଳ ଘରେ ଦିନ କାଟୁଛନ୍ତି | ପରିବାରରେ କେହି ନ ଥିବା ବେଳେ କଇତା ଭଙ୍ଗା ଘରେ ଏକା ରହିଥାନ୍ତି I ଝାଟିମାଟି ଘରଟି ଲଗାଣ ବର୍ଷାରେ ଭାଙ୍ଗିଯାଇଛି |ସେ ଗରିବ ଶ୍ରେଣୀର ହୋଇଥିବାରୁ ଘରଟି ସଜାଡି ପାରୁନାହାନ୍ତି I ଯାହାଫଳରେ ସେହି ଭଙ୍ଗା ଘରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି I କଇତା ପର ଘରେ ମୂଲ ଲାଗି ଯେତିକି ରୋଜଗାର ହୁଏ ସେଥିରେ ଦି ଓଳି ଖାଇବା ସମ୍ଭବ ହୋଇ ନ ଥିବା ବେଳେ ଦିନେ ଦିନେ ଭୋକ ଉପାସରେ ମଧ୍ୟ ଶୋଇବାକୁ ପଡିଥାଏ |ବର୍ଷା ଦିନେ ପାଣି ଗଳୁ ଥିବାରୁ ଘର ସାରା ପାଣି କାଦୁଅରେ ରହି ଦିନ ଦିନ ମଧ୍ୟ ଉପାସରେ ରହିବାକୁ ପଡେ ବୋଲି କୋହଭରା କଣ୍ଠରେ କଇତା କହିଛନ୍ତି | ଭତ୍ତା ଓ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ସମସ୍ୟାର କୌଣସି ସମାଧାନ ହୋଇ ପାରି ନଥିବା କୁହନ୍ତି କଇତା| ଅନେକ ଅଯୋଗ୍ୟ ହିତାଧୀକାରୀ ଘର ପାଉ ଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଓ ଅବହେଳା ଯୋଗୁଁ କଇତା ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ | ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାରେ ତଦନ୍ତ କରି କଇତାକୁ ଘର ଖଣ୍ଡିଏ ସହ ଭତ୍ତା ଯୋଗାଇ ଦେବାକୁ କଇତାଙ୍କ ସହ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button