ଗୀତା ଜ୍ଞାନାଞ୍ଜନ ପତ୍ରିକା ଉନ୍ମୋଚନ ପାଇଁ ବ୍ୟାସ ଫାଉଣ୍ଡେସନ ର ପ୍ରସ୍ତୁତି ବୈଠକ


= ତିର୍ତ୍ତୋଲ :- ଶ୍ରୀମଦ ଭଗବତ ଗୀତା ଜ୍ଞାନକୁ ଲୋକାଭିମୁଖୀ କରାଇବାକୁ ଯେଉଁ କେତୋଟି ସଂଗଠନ ଜଗତସିଂହପୁର ଜିଲ୍ଲାରେ ପ୍ରଚାର ପ୍ରସାର କରିବାର ପ୍ରୟାସ କରିଛି ! ସେଥି ମଧ୍ୟରୁ ବ୍ୟାସ ଫାଉଣ୍ଡେସନ କେବଳ ଜିଲ୍ଲା କାହିଁକି ଆମ ରାଜ୍ୟର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ !ସାମାଜିକ ସେବା ସହିତ ଆଧ୍ୟାତ୍ମିକ ଜୀବନଚର୍ଯ୍ୟା କୁ ଦୃଷ୍ଟିରେ ରଖି ପ୍ରତି ତିନି ମାସରେ ପ୍ରକାଶିତ ଓ ଲୋକାର୍ପଣ କରୁଛି ତ୍ରୈମାସିକ ପତ୍ରିକା “ଗୀତା ଜ୍ଞାନାଞ୍ଜନ “! ଆସନ୍ତା ତ୍ରୈମାସିକ ପତ୍ରିକା ଉନ୍ମୋଚନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଗତ ଗୁରୁବାର ଦିନ ଅପରାହ୍ନରେ ତିର୍ତୋଲ ସ୍ଥିତ, ଆନନ୍ଦମଣ୍ଡପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଶାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ , ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇ ଥିବା ବେଳେ , ପଣ୍ଡିତ ଡକ୍ଟର ସିଦ୍ଧେଶ୍ୱର ପଣ୍ଡା ମତବ୍ୟକ୍ତ କରିଥିଲେ ଯେ, ଆସନ୍ତା ଅକ୍ଟୋବର ୧୫ ତାରିଖ ରେ ଏହି ଆନନ୍ଦମଣ୍ଡପରେ , ଆମ ଅନୁଷ୍ଠାନର ମୁଖପତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି । ତେଣୁ ଆଗ୍ରହୀ ଲେଖକ ଲେଖିକା ମାନେ ନିଜ ନିଜର ସୁଚିନ୍ତିତ ମତାମତ ସହିତ ଏକ ସପ୍ତାହ ମଧ୍ୟରେ ସଂସ୍କାର ଧର୍ମୀ ଲେଖା ପଠାଇବାକୁ ଅନୁରୋଧ। ଏହି ପ୍ରସ୍ତୁତି ବୈଠକ ରେ ମୂଖ୍ୟଉପଦେଷ୍ଟା ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ , ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ , ଉପସଭାପତି ରଶ୍ମିତା ନାୟକ , ସଙ୍ଗଠନ ସମ୍ପାଦକ ଯଶୋବନ୍ତ ରାଉତ , କୋଷାଧ୍ୟକ୍ଷ ପଣ୍ଡିତ ଶରତ କୁମାର ଦାଶ , ବ୍ୟାସ ଫାଉଣ୍ଡେସନ ର ସଦସ୍ୟ ସାମ୍ବାଦିକ ଭାଗବତ ପ୍ରାସାଦ ଓ ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଆସନ୍ତା ଅକ୍ଟୋବର 15 ତାରିଖ ପୂର୍ବାହ୍ନ 10 ଘଟିକା ରୁ ଅପରାହ୍ନ ଚାରି ଘଟିକା ପର୍ଯ୍ୟନ୍ତ ଉକ୍ତ ପତ୍ରିକା ଉନ୍ମୋଚନ ଉତ୍ସବ ରେ ଓଡିଶା ର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ସହିତ କେତେକ ପ୍ରତିଭାବାନ ମହାନ ବ୍ୟକ୍ତିବିଶେଷ ଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଡକ୍ଟର ସିଦ୍ଧେଶ୍ୱର ପଣ୍ଡା ସୂଚନା ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



