କଣ୍ଟlମାଳ ବ୍ରlହ୍ମଣ ସମାଜର ଅନନ୍ତମୁଖୀ କାର୍ଯ୍ୟକ୍ରମ


କଣ୍ଟାମାଳ, ତା ୨୮/୯ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବ୍ରହ୍ମ ସମାଜ ଆନୁକୂଲ୍ୟରେ ଗୁରୁବାର ବ୍ଳକ ଦୁର୍ଗା ମଣ୍ଡପ ସ୍ଥିତ ଶ୍ରୀରାମ ମନ୍ଦିରଠାରେ ଅନନ୍ତମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଣ୍ଟାମାଳ ବ୍ରହ୍ମ ସମାଜ ସଭାପତି ରଘୁନାଥ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନ୍ତୋଷ କୁମାର ବିଶିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ରହ୍ମ ସମାଜର ସମସ୍ତ ସଦସ୍ୟଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା, ବିଷ୍ଣୁ ସହସ୍ର ନାମ ଓ ଗୋପାଳ ସହସ୍ର ନାମ ପାଠ କରାଯାଇଥିଲା l ଏହି ମହlଯଜ୍ଞରେ ସନ୍ତୋଷ କୁମାର ମହାପାତ୍ର ପତ୍ନୀ ସନ୍ତୋଷିନୀ ପାଢ଼ୀ ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ସେହିପରି ବାଳକୃଷ୍ଣ ମିଶ୍ର(ଚକାନୟନ )ଓ ରଘୁନାଥ ମହାପାତ୍ର ଯଜ୍ଞ ଓ ଦେବପୁଜନ କାର୍ଯ୍ୟରେ ପୌରୋହିତ୍ୟ କରିଥିବାବେଳେ ଆନନ୍ଦ ଚନ୍ଦ୍ର ପାଢ଼ୀ ପୂଜକ ଭାବେ ସହଯୋଗ କରିଥିଲେ l ବ୍ରହ୍ମ ସମାଜର ସର୍ବଶ୍ରୀ ନବୀନ କୁମାର ବିଶି, ବସନ୍ତ କୁମାର ମିଶ୍ର, ଜୟକୃଷ୍ଣ ମିଶ୍ର, ବିଜୟ ପାଣିଗ୍ରାହୀ, ସମ୍ପାଦକ ସନ୍ତୋଷ କୁମାର ବିଶି, ରଘୁନାଥ ପାଣିଗ୍ରାହୀ, ଘନାଶ୍ୟାମ ମିଶ୍ର, ରମେଶ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ରହ୍ମ ସମାଜର ସମସ୍ତ ସଦସ୍ୟ, ସଦସ୍ୟା ଏଥିରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସାମୁହିକ ପ୍ରସାଦସେବନ ହୋଇଥିଲା l
କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



