Orisha

ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ l

ବୌଦ୍ଧ -28-09- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପାଠାଗାର ଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗ ଦେଇ ବିଶ୍ଵ ପର୍ଯ୍ୟଟନ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହ ପାଠାଗାରର ପାଠକ ପାଠିକା ମାନଂକୁ ପର୍ଯ୍ୟଟନ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା କରାଇଥିଲେ। ଅନ୍ୟତମ ଅତିଥି ଭାବେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ପର୍ଯ୍ୟଟନ କବିତା ପାଠ କରିବା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥଲେ । ଆୟୋଜକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିଆର ସିଂହ ଙ୍କୁ ସ୍ବାଗତ ଭାଷଣ ସହ ଦିବସର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ମନୋଜ ପ୍ରଧାନ, ଶ୍ୟାମ ସୁନ୍ଦର ମେହେର, ଦେବାଶିଷ ପ୍ରଧାନ, ନିତ୍ୟାନନ୍ଦ ଖଣ୍ଡଗିରି, ବାବଲୁ ବାରିକ, ଚନ୍ଦନ ପ୍ରଧାନ, ଶୁଭ୍ରାଂଶୁ ବେହେରା ଉପାସ୍ଥିତ ଥିଲେ । ସକାଳ ୧୦ ଘଟିକା ସମୟରେ ଜିଲ୍ଲା ସଂଗ୍ରହାଳୟ ଠାରେ ଏହି ଦିବସ ଉପଲକ୍ଷେ ଲୋକଙ୍କୁ ସଚେତନ କରିବା ପାଇଁ ବିଶେଶ୍ୱର ପୃଷ୍ଟିଙ୍କ ଆଲେଖ୍ୟ, ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ସମ୍ପର୍କିତ ବ୍ରୋଚର୍ ବଣ୍ଟନ କରାଯାଇ ପର୍ଯ୍ୟଟନ ସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ଜଗନ୍ନାଥ ଜଣାଣ ପୁସ୍ତକ ବିକ୍ରୟ କରାଯାଇଥିଲା। ଜିଲ୍ଳା ସଂଗ୍ରହାଳୟ ରେ ପର୍ଯ୍ୟଟକଙ୍କ ପାଇଁ ଆଜି ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଥିଲା । ଏଥି ଯୋଗୁଁ ବହୁ ଦର୍ଶକ ସଂଗ୍ରହାଳୟ ବୁଲି ଦେଖିବାର ସୁଯୋଗ ପାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ମଣ୍ଟୁ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ମଚାରୀ ପକ୍ଷରୁ ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର କୁମାର ମହାନ୍ତି, ବୀରକିଶୋର କର୍ମୀ, ଅମରେଶ ପାଣିଗ୍ରାହୀ, ସଚିନ ପ୍ରଧାନ, ମାନସ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button