Orisha
ମାଟୁପାଲି ରେ ଭଗତ ସିଂ ଜୟନ୍ତୀ ପାଳିତ


ଉଲୁଣ୍ଡା ୨୮/୦୯(ନି.ପ୍ର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ରାଧା ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ “ରାଧା ” କାର୍ଯ୍ୟାଳୟ ରେ ଆଜି ଦିନ ୧୧ଟାରେ ଭଗତ ସିଂ ଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରକଳ୍ପ ସଂଯୋଜକ ବିନୋଦ କୁମାର ବେହେରା ଯୋଗ ଦେଇ ଭଗତ ସିଂ ଙ୍କ ଗୁଣଗାନ କରିବା ସହ ତାଙ୍କ ବିଷୟରେ କହିଥିଲେ।ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ଶମ୍ଭୁରାଜ କର୍ଣ୍ଣ ପରିଚାଳନା କରିଥିଲେ। ଶେଷରେ ଗୈରବ ପ୍ରସାଦ ଦିଗଲ ଜାତୀୟ ସଂଗୀତ ଗାନ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଅନ୍ତେବାସୀ ସାମିଲ ଥିଲେ। ଶେଷରେ ରୁପାଞ୍ଜଳି ସେଠି ଧନ୍ୟବାଦ ଅର୍ପଣ ଦେଇଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ



