ମାଣିକପୂର୍ ଗାଁ ମୁଣ୍ଡରେ ହାତୀ ପଲ ।


ବୌଦ୍ଧ -28/09- ଗାଁ ମୁଣ୍ଡରେ ଜଙ୍ଗଲୀ ହାତୀ ପଲ ।ଭୟରେ ଗ୍ରାମବାସୀ।ହାତୀ ପଲ ମଧ୍ୟରେ 8 ଗୋଟି ହାତୀ ଥିବା ସୂଚନା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ପଂଚାୟତ ମାଣିକପୁର ଗାଁ ପାର୍ଶ୍ଵରେ ଥିବା ତେଲ ନଦୀରେ ଦେଖିବାକୁ ମିଳିଛି ହାତୀ ପଲ I ଆଜି ସକାଳୁ ଏକ ହାତୀ ପଲ ନଦୀ ପାଣିଭିତରେ ଥିବା ଦେଖିଥିଲେ ଗ୍ରାମବାସୀ। ଏହା ପରେ ବନବିଭାଗ କୁ ଖବର ଦେଇଥିଲେ କଣ୍ଟାମାଳ ବନବିଭାଗ ଅଧିକାରୀ ଖିରାବ୍ଧି ପ୍ରଧାନ ଓ କର୍ମଚାରୀ ପହଁଚି ହାତୀ ମାନଙ୍କ ଗତି ଵିଧିଉପରେ ନଜର ରଖିଛନ୍ତି ।ଏପଟେ ବିଭିନ୍ନ ସମୟରେ ହାତୀ ଆସି ଗାଁରେ ଘର ଦ୍ଵାରା ଭଙ୍ଗିବା ସହ ଚାଷ କ୍ଷତି କରିଦେଉଛନ୍ତି। ସେଥିପାଇଁ ଭୟଭୀତ ଅବସ୍ଥାରେ ଗ୍ରାମବାସି ଥିବା ଜଣାପଡିଛି।ବର୍ତ୍ତମାନ ଆମକୁ ବନଧିକାରୀ ଖିରାଦ୍ଧି ପ୍ରଧାନ ଯାହା ସୂଚନା ଦେଇଛନ୍ତି ପାଣି ଭିତରୁ ହାତୀ ପଲ ବାହାରକୁ ବାହାରି ସାରି ଏକ ଗଛ ବୁଦାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି।ଖୁବ୍ ଶୀଘ୍ର ହାତୀ ପଲ ଘଉଡ଼ାଇବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



