3ଦିନ ହେଲା ଆମରଣ ଅନଶନ ରେ ରାମ୍ଭିପାଲି ଗ୍ରାମବାସୀ l


-ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ 3ଦିନ ହେବ ଆମରଣ ଅନଶନରେ ବସିଛନ୍ତି ରାମ୍ଭିପାଲି ଗ୍ରାମବାସୀ ସୂଚନା ଅନୁସାରେ 17/032022ମସିହା ଠାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ରାମ୍ଭିପାଲି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀବିଳାସିନୀ ପଧାନଙ୍କ ବେଆଇନ ନିଯୁକ୍ତି ଜାଲ କାଗଜ ପତ୍ର ଦେଇ ଚାକିରୀ କରୁଥିବା ନେଇ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି l କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କାହିଁକି ଉକ୍ତ ଅଙ୍ଗନବାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l କିମ୍ବା ଉକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କାହାର ବଡ଼ ହାତ ରହିଛି ସେ ନେଇ ପ୍ରଶ୍ନ ଉଠେ l କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ କୋମଳ ମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମା ମାନଙ୍କ ପାଇଁ ଯେଉଁ ସବୁ ଯୋଜନା ଓ ସୁଷମ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି ସେଥିରୁ ବଞ୍ଚିତ ରହୁଛନ୍ତି ହିତାଧିକାରୀ l ଅପର ପକ୍ଷେ 3ଧରି ଆମରଣ ଅନଶନ ରେ ବସି ଥିବା ଗ୍ରାମର ପୁରୁଷ, ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯଦି କିଛି ହୁଏ ତେବେ ଏଥିପାଇଁ ଦାୟୀ ରହିବ କିଏ l ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଅନଶନକାରୀ ଓ ଉକ୍ତ ଗ୍ରାମର ସମସ୍ୟାର ସମାଧାନ କରୁଛନ୍ତି l
ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ



