ଭତା ବୃଦ୍ଧି ଅଭିଯାନ(ଓଡ଼ିଶା)ପକ୍ଷରୁ ଭତା ବୃଦ୍ଧି ପାଇଁ ସାମ୍ୱାଦିକ ସମ୍ମିଳନୀ


ଭତା ବୃଦ୍ଧି ଅଭିଯାନ(ଓଡ଼ିଶା) ପକ୍ଷରୁ ଭତା ବୃଦ୍ଧି ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଭତ୍ତା ବୃଦ୍ଧି ଅଭିଯାନ ତରଫରୁ ସାମ୍ବାଦିକ ସମ୍ମିଳନୀ କୋରୁଆ ଠାରେ ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି, ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭତା ବୃଦ୍ଧି ଅଭିଯାନର ରାଜ୍ୟ ସଭାପତି ଶ୍ରୀ ବୃନ୍ଦାବନ ଦାସ ଆଜାଦଙ୍କ ସମେତ ଏହି ଅଭିଯାନ ର ରାଜ୍ୟ ସଂଯୋଜକ କାମଳ ଲୋଚନ ସେଠୀ,ରାଜ୍ୟ କୋର୍ କମିଟି ର ସଦସ୍ୟ ପ୍ରତାପ ଚନ୍ଦ୍ର ମହାନ୍ତି,ରାଜ୍ୟ ମହିଳା ମୋର୍ଚ୍ଚା ଉପଦେଷ୍ଟା ମନୀଷା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ,ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବୃଦ୍ଧ,ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ମିଳୁଥିବା ଭତା ଦିନକୁ ମାତ୍ର (୧୬.୬୬)ଷୋହଳ ଟଙ୍କା ଛଅସଠି ପଇସା ପଡ଼ୁଛି ଯେଉଁଥିରେ ଜଣେ ଅସହାୟ ଦିବ୍ୟାଙ୍ଗ ଲୋକଙ୍କୁ ଚଳିବା ଅସମ୍ଭବ ହୋଇ ପଡ଼ୁଛି,ଯେତେ ବେଳେ କି ପଡ଼ୋଶୀ ରାଜ୍ୟ ରେ ସର୍ବ ନିମ୍ନ ଭତା ଦୁଇ ହଜାର ଟଙ୍କାରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ବେଳେ ଓଡ଼ିଶା ସରକାର ମାତ୍ର ୫୦୦ ରୁ ୭୦୦ ଟଙ୍କା ଭତା ପ୍ରଦାନ କରୁଛନ୍ତି ଯାହା ଜଣେ ସାଧାରଣ ଲୋକଟିଏ ଚଳିବା ପାଇଁ ଏହି ମହଙ୍ଗା ଯୁଗରେ କଷ୍ଟ ସାଧ୍ୟ,ଏଣୁ ରାଜ୍ୟ ସରକାର ଖୁବ ଶୀଘ୍ର ବୃଦ୍ଧବୃଦ୍ଧା ମାନଙ୍କୁ ମାସିକ ଦୁଇ ହଜାର ଓ ଭିନ୍ନ କ୍ଷମ ମାନଙ୍କୁ ଦୁଇ ହଜାର ପାଞ୍ଚ ଶହ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିବା ସହିତ ଯଦି ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ ନ କରନ୍ତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜ୍ୟ ରାସ୍ତା ରେ ଲଢେଇ ହେବା ସହିତ ଭତା ବୃଦ୍ଧି ନାହିଁ ତ ସରକାର ଙ୍କୁ ଭୋଟ ନାହିଁ ସ୍ଲୋଗାନ ଦିଆ ହେବା ସହିତ ଆଗାମୀ ନିର୍ବାଚନ ରେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସାମ୍ବାଦିକ ସମ୍ମିଳନୀରେ…
ମହାକାଳପଡ଼ା ରୁ ଚନ୍ଦ୍ରକାନ୍ତ ପରିଡା ଙ୍କ ରିପୋର୍ଟ ସମର୍ଥ news



