Orisha

ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ l

ବୌଦ୍ଧ :-26/9:-ବୌଦ୍ଧ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ପ୍ରତିଷ୍ଠା ଦିବସ ସ୍ଥାନୀୟ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି l ଜିଲ୍ଲାର ତିନି ବ୍ଲକର ମଣିପୁର ହରଭଙ୍ଗା, ଆଇଁଲାଚୁଆଁ କଣ୍ଟାମାଳ ଓ ତେତେଲେଙ୍ଗା ବୌଦ୍ଧର 220ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସଂଗୀତ, ନୃତ୍ୟ ଓ ଦଳଗତ ନୃତ୍ୟରେ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ବୌଦ୍ଧ ଜିଲ୍ଲପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ 6 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନଦେରା କୁଜୁରୁ ଯୋଗଦେଇ ଥିବା ବେଳେ ଅପରାହ୍ନର ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଏବଂ ସମ୍ମlନୀତ ଅତିଥି ଭାବରେ ବୌଦ୍ଧ ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ପିଲାଙ୍କୁ ଭଲ ପାଠ ପଢ଼ି ନିଜର ନାଆଁ ରଖିବା ସହିତ ଜିଲ୍ଲାର ନାଆଁ ରଖିବାକୁ ପରାମର୍ଶ ଦେଇଥିଲେ l ସ୍ଥାନୀୟ ବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରାଜ କହଁର, ଅଧ୍ୟକ୍ଷ ମଣିପୁର କମ୍ଭୁ ପ୍ରସାଦ ଲୁହା, ଅଧ୍ୟକ୍ଷ ଆଇଁଲାଚୁଆଁ ଅନନ୍ତ ପ୍ରାଧନ, ଶିକ୍ଷକ ଅଭିଭାବକ ସଂଘ ସଭାପତି ସ୍ୱାଧୀନ ବିଶ୍ୱାଳ, ମୋସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଟ୍ରଫି ଓ ମାନପତ୍ର ଦେଇ ଉତ୍ସାହିତ କରିଥିଲେ l ଶିକ୍ଷୟିତ୍ରୀ ନିହାରବାଳା ବେହେରା ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଜେନି ସାହୁ ଧନ୍ୟବାଦ ଦେଇଥିଲେ l ଶିକ୍ଷକ ବାଳଗୋପାଳ ନାଗ, ସୋନାଲିକ ଦାଶ, ଦେବବ୍ରତ ପୋଷୟତ, ମନୋଜ କୁମାର ପ୍ରଧାନ, ଆରାଧନା ସାହୁ ଓ ଦିଲ୍ଲୀପ ନାଗଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button