ମାନ୍ୟବର ବିଧାୟକ ବୁନୁ ଭାଇଙ୍କ ଜନ୍ମ ଦିନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ.


ଭୁବନେଶ୍ୱର, ଆଜି ସ୍ଥାନୀୟ ଇୟୁନିଟ -3ରେ ଥିବା ଭୀମ ଭୋଇ ଦୃଷ୍ଟି ବାଧିତ ସରକାରୀ ଧନ୍ଦା ମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା (ବୁନୁ ଭାଇ ) ଙ୍କ ଜନ୍ମଦିନ ବଡ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି.35ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟଙ୍କ ନେତୃତ୍ୱରେ ଓ ତତ୍ୱାବଧାନରେ ବୁନୁ ଭାଇଙ୍କ ଜନ୍ମଦିନ ପାଳନ କରାଯାଇଥିଲା. ଏହି ଜନ୍ମଦିନ ଉତ୍ସବରେ ରାଜ୍ୟ ମହିଳା କମିଶନର ଅଧକ୍ଷ ମିନତୀ ବେହେରା, ଦୂରଦର୍ଶି ପତ୍ରିକାର ସମ୍ପାଦକ ଦୁର୍ଗା ସାମନ୍ତରାୟ,30ନମ୍ବର ୱାର୍ଡ କର୍ପୋରେୟାର ରାଜକିଶୋର ଦାସ, ବିଜେଡି ନେତ୍ରୀ ପାୟଲ ପଲ୍ଲଭି ନାୟକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ.ବିଶେଷ କରି ମାନ୍ୟବର ବିଧାୟକଙ୍କ ଇଛାକୁ ପୂରଣ କରିବାକୁଯାଇ କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ ଭୀମ ଭୋଇ ଦୃଷ୍ଟି ବାଧିତ ଧନ୍ଦା ମୂଳକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ଗହଣରେ ଜନ୍ମ ଦିନ ଉତ୍ସବ ପାଳନ କରାଯାଇଥିଲା ଯେଉଁ ଥିରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ବୁନୁ ଭାଇଙ୍କ ଜନ୍ମଦିନ କେକ କାଟି ଶୁଭାରମ୍ଭ କରିଥିଲେ. ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ମାନ୍ୟବର ବିଧାୟକ ଓ କର୍ପୋରେଟର ରଞ୍ଜୁଲତା ରାୟ ଆଲୋଚନା କରି ସେମାନଙ୍କର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଶୃତି ଦେଇଥିଲେ. ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମନଦେଇ ପାଠ ପଢି ବଡ ମଣିଷ ହେବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେବା ସହ ସମସ୍ତଙ୍କୁ ଖାଦ୍ୟ ପୁଡିଆ ଓ ମିଷ୍ଟାନ ବଣ୍ଟନ କରିଥିଲେ. ବୁନୁ ଭାଇଙ୍କ ଜନ୍ମଦିନ ପାଳନ କରିବା ପାଇଁ ଓ ଶୁଭେଚ୍ଛା ଜଣାଇବା ପାଇଁ ସମସ୍ତ ସ୍ୱୟଂ ସହାୟିକା ମା ମାନେ, ମାଳି କଲୋନୀ, ବାୟାବାବା ବସ୍ତି, ଭଗବତୀ ବସ୍ତି, ସୁଧାନିଧେଶ୍ୱର ବସ୍ତି ଓ ଲେବର କଲୋନୀର ସମସ୍ତ ବାସିନ୍ଦା ତଥା ସମସ୍ତ ଏସ୍ଡ଼ିଏ ନେତୃବୃନ୍ଦ, ତଥା ସୂର୍ଯ୍ୟ କ୍ଲବର ସମସ୍ତ ସଦସ୍ୟ ମାନେ ଯୋଗଦେଇ ଯୋଗଦେଇ ହୁଲୁହୁଲି ପକାଇ ପୁଷ୍ପ ଗୁଚ୍ଛ ଦେଇ ଅତି ପ୍ରିୟ ବୁନୁଭାଇଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ.ପ୍ରତ୍ୟୁତରରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ. ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଯୁବ ବିଜେଡି ନେତା ଜଗନ୍ନାଥ ବଳିୟାର ସିଂ ପରିଚାଳନା କରିଥିଲେ ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ



