ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ମାଝୀ ଆହାତ ଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ମୃତକ ଙ୍କ ସକାଶେ ଗଭୀର ଶୋକ ପ୍ରକାଶ କରିଛନ୍ତି,


ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ମାଝୀ ଆହାତ ଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ମୃତକ ଙ୍କ ସକାଶେ ଗଭୀର ଶୋକ ପ୍ରକାଶ କରିଛନ୍ତି, ଗୋଟିଏ ଛୋଟ ବସ୍ ରେ ଯାହାର ବସିବା କ୍ଷମତା ମାତ୍ର 35 ଜଣ ସେହିଠାରେ କ୍ଷମତା ଠାରୁ ଦୁଇ ଗୁଣ ଅଧିକ ଯାତ୍ରୀ ନେଇ କିପରି ବସ୍ ଯାତ୍ରା କରୁଥିଲା, କିଛି ଛାତ୍ରଛାତ୍ରୀ ଙ୍କୁ କହିବା ଅନୁସାରେ ବସ୍ ଟି ଦୁର୍ଘଟଣା ଘଟିବା ସମୟରେ ଦ୍ରୁତ ଗତିରେ ଥିଲା ବୋଲି ପ୍ରକାଶ କରିଛନ୍ତି,ପୋଲିସ ଓ ଦମକଳ ବାହିନୀ ସଠିକ ସମୟରେ ଆହାତ ଙ୍କୁ ଉଦ୍ଧାର କରି ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ତେଣୁ ଆହାତ ମାନେ ଉପଯୁକ୍ତ ଚିକିତ୍ସା ପାଇଥିଲେ ରାସ୍ତା ର ପଥଚାରୀ ମଧ୍ୟ ଆହାତ ଙ୍କୁ ଉଦ୍ଧାର କରିବା ସହ ନିଜ ନିଜର ଗାଡିରେ ଚିକିତ୍ସାଳୟ କୁ ଆଣିବାରେ ସାହାଯ୍ୟ କରି ମାନବିକତା ଦେଖେଇଥିଲେ।
ଅନ୍ୟ ପକ୍ଷ ରେ ବସ ମାଲିକ ଅଜିତ କୁମାର ପ୍ରଧାନ କହିଛନ୍ତି ଉମରକୋଟ ରୁ ବାହାରିବା ସମୟରେ ମାତ୍ର 35 ଜଣ ଛାତଛାତ୍ରୀ ବସିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ କେତେ ଜଣ ଛାତ୍ରଛାତ୍ରୀ ବସି ଯାଇଥିଲେ ସେ ବିଷୟରେ ମୁଁ ଜାଣିନି ଆଉ ଗାଡି ର ସମସ୍ତ କାଗଜ ପାତ୍ର ଠିକ ରହିଥିବା ସହ ଡ୍ରାଇଭର ଙ୍କ ଲାଇସାନ୍ସ ମଧ୍ୟ ଠିକ ରହିଥିବା ଗାଡି ମାଲିକ କହିଛନ୍ତି ଏବଂ ଦୁର୍ଘଟଣା କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।ନବରଙ୍ଗପୁର ଜିଲ୍ଲା ଆରୋକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ପ୍ରଥମେ ଝରୀଗାଁ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ରେ ପହଂଚି ଥିଲେ ପରେ ସେଠାରେ ଆହାତ ଛାତ୍ର ଛାତ୍ରୀ ଙ୍କ ଅବସ୍ଥା ପଚାରି ବୁଝିଥିଲେ ପରେ ଦୁର୍ଘଟଣା ସ୍ଥଳରେ ଏସପି ଏସ ସୁଶ୍ରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେଉଁ କାରଣ ରୁ ଦୁର୍ଘଟଣା ଘଟିଛି ତାହାର ତଦନ୍ତ ପାଇଁ ମୋଟର ଜାନ ନିରୀକ୍ଷକ ଙ୍କୁ ନିର୍ଦେଶ ଦିଆଯାଇଛି ସେ ତଦନ୍ତ କରିବା ପରେ ଜଣା ପଡିବ ଦୁର୍ଘଟଣା ର ପ୍ରକ୍ରୁତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଏସପି।
ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ



