Orisha

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଉମରକୋଟ ବ୍ଳକର ଆଦର୍ଶ ବିଦ୍ୟାଳୟ

 

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଉମରକୋଟ ବ୍ଳକର ଆଦର୍ଶ ବିଦ୍ୟାଳୟ,ବଡଭରଣ୍ଡୀ, ନାୟକ ଗୁଡା ଓ ଭାମିନି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ ଯୋଗ ଦେବା ପାଇଁ ଯିବା ସମୟରେ ଘାଟିରେ ଓଲଟି ପଡିଥିଲା ବସ ଦୁର୍ଘଟଣା ରେ 44ଜଣ ଛାତ୍ର ଛାତ୍ରୀ ଆହାତ ହୋଇଥିବା ବେଳେ କ୍ରୀଡା ଶିକ୍ଷକ ପ୍ରଭାସ ଜେନା ଙ୍କ ମୃତ୍ୟୁ ହୋଇଛି, ଆହାତ ଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ସେଥି ମଧ୍ୟ ରୁ ବାର ଜଣ ଗୁରୁତର ଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି।

କ୍ରୀଡ଼ା ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ଏକ ଘରେଇ ବସ୍ କୁ ଭଡା କରାଯଇଥିଲା, ଆଜି ସକାଳେ ପ୍ରାୟ 10 ଟା 30 ମିନିଟ୍ ରେ ଉମରକୋଟ ରୁ 58 ଜଣ ଛାତ୍ରଛାତ୍ରୀ ମଧ୍ୟରୁ ପାଞ୍ଚ ଜଣ କ୍ରୀଡ଼ା ଶିକ୍ଷକ ଙ୍କୁ ନେଇ ଚନ୍ଦାହାଣ୍ଡି ଠାରେ 17 ବର୍ଷ ରୁ କମ୍ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ ଭାଗ ନେବାକୁ ବାହାରିଥିଲା ପ୍ରାୟ 11 ଟା 30 ମିନିଟ୍ ସମୟରେ ବସ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ଭାରଶ୍ୟାମ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ଫଳରେ ଗାଡି ଭିତରେ ଥିବା 58 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ 44 ଜଣ ଆହାତ ହୋଇଥିଲେ ଓ କ୍ରୀଡା ଶିକ୍ଷକ ପ୍ରଭାସ ଜେନା ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ସମସ୍ତ ଆହାତ ଙ୍କୁ ଆମ୍ବୁଲାନ୍ସ, ଦମକଳବାହିନୀ ଓ ବେସରକାରୀ ଗାଡିରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା 12 ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି।

ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button