Orisha

ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର l

 

ବୌଦ୍ଧ -୨୭.୦୯-ଆଜି ବିଜେପି ବୌଦ୍ଧ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଏକ ବିଶେଷ ରକ୍ତଦାନ ଶିବିର କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ମନମୁଣ୍ଡ। ପୂର୍ତ୍ତ ବିଭାଗର ଡାକ ବଙ୍ଗଳାଠାରେ ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଟଳ ପ୍ରଧାନ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନ ପାଳନ ଅବସରରେ ଜିଲ୍ଲା ରେ ସେବାପକ୍ଷ କର୍ଯ୍ୟକ୍ରମ ଅନୁଯାୟୀ।

ଆଜିର ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଶ୍ରୀ କହ୍ନେଇଚରଣ ଡ।ଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ ଘାଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ସୁଶାନ୍ତ କୁମାର ବାଘ , ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ କର୍ଣ୍ଣ ଶ୍ରୀ ଯୀଶୁ ପ୍ରଧାନ ,ଶ୍ରୀ ପଞ୍ଚମଣ ଜଗଦଲା , ଙ୍କ ସହିତ ଜିଲ୍ଲା ବିଜେପି ର ସର୍ବ ଶ୍ରୀ ପଙ୍କଜ ବାରିକ , ତ୍ରିବିକ୍ରମ ମହାକୁଡ ,ରାକେଶ ମଲ୍ଲୀକ , ସଚିଦାନନ୍ଦ ନାୟକ,ଶୈଳେଶ ପ୍ରଧାନ,ପ୍ରଭାତ ଦେହୁରୀ , ଯତୀନ ବଣ୍ଡିକ ,ଯଯାତି ପ୍ରଧାନ, ସୁବାସ ଦେହୁରୀ,ଶୁକଦେବ ପ୍ରଧାନ, ବାବୁନ ଗାଈ ଗୌରୀ ଆ,ରାକେଶ ସାହୁ, ଶ୍ରୀମତୀ ପୁଷ୍ପା ମହଲା,ଅରୁଣା କର୍ଣ୍ଣ ,ବେବିନା ସାହୁ,ସସ୍ମିତା ବେହେରା ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ରକ୍ତଦାନ ଶିବିର କୁ ବୌଦ୍ଧ ଜିଲ୍ଲା ସଦର ମହକୁମାର ଡାକ୍ତର ଶ୍ରୀ ଯୁକ୍ତ ସା ଙ୍କ ସହିତ ଏକ ଟିମ୍ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button