Orisha
ବିରାଟ ଗର୍ତ୍ତ ରେ ପଡ଼ିରହିଥିଲା ଗାଡଭାଲୁ, ଉଦ୍ଧାର କଲା ବନବିଭାଗ


ଉଲୁଣ୍ଡା ୨୭/୦୯(ନି.ପ୍ର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ବିଟ୍ ର ଖଜୁରିଆପାଲି ବନ ସୁରକ୍ଷା ସମିତି ସଂରକ୍ଷିତ ଜଙ୍ଗଲରେ ଏକ ବିରାଟ ଗର୍ତ୍ତ ରେ ବିଲୁପ୍ତ ପ୍ରଜାତିର ଗାଡ଼ଭାଲୁ ପଡିଥିବାର ଗ୍ରାମର କିଛି ଲୋକ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ପ୍ରକୃତିବନ୍ଧୁ ସତ୍ୟଜିତ ଗଡୁଆ କୁ ଲୋକେ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଖବର ପାଇ ସତ୍ୟଜିତ ଘଟଣା ସ୍ଥଳକୁ ଯାଇ ଭାଲୁ ଟିକୁ ସୁସ୍ଥ ଥିବାର ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ ।ଏହା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା lଏହି ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ରଘୁମଣି ଭୋଇ ଓ ତାଙ୍କର ସହଯୋଗୀ ମାନଙ୍କୁ ନେଇ ଭାଲୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଥିଲା। ଏଥିରେ ବନବିଭାଗ କର୍ମଚାରୀ ଙ୍କ ସହ ଗାଁ ର ଗୁପ୍ତେଶ୍ୱର ଦେହେରୀ, ଦେବେନ୍ଦ୍ର ମାଝି,ଭରତ ମାଝୀ, ସିଦ୍ଧେଶ୍ଵର ଦେହେରୀ ପ୍ରମୁଖ ସହଯୋଗ କରିଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ



