Orisha

ଚାଷୀ ଶିଖିଲେ ଡ୍ରୋନ ବ୍ୟବହାର, ସହଜରେ ହେବ ଚାଷକାର୍ଯ୍ୟ

ଭବାନୀପାଟଣା: ବଦଳୁଛି ଚାଷକାର୍ଯ୍ୟର ପ୍ରଣାଳୀ । ଧିରେ ଧିରେ ପାରମ୍ପରିକ କୃଷି ଛାଡି ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚାଷକାର୍ଯ୍ୟ କରୁଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି କ୍ଷେତରେ ଡ୍ରୋନର ବ୍ୟବହାର କରାଯାଉଥିବା ବେଳେ ପ୍ରଥମଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଚାଷକାର୍ଯ୍ୟରେ ଡ୍ରୋନର ବ୍ୟବହାର କରାଯାଇଛି । ଡ୍ରୋନ୍ ସାହାଯ୍ୟରେ ସାର ଓ କୀଟ ନାଶକ ସିଞ୍ଚନ କରାଯାଇଛି । ନାବାର୍ଡ ଦ୍ୱାରା ଜିଲ୍ଲାର ଜୟପାଟଣାର ଏକ ମାଣିକ୍ୟ ଦେବୀ କୃଷକ ପ୍ରଡ୍ୟୁସ୍ ଘରୋଇ ସଂସ୍ଥା ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଛି । ଜୟପାଟଣା ବ୍ଲକ ପଡ଼ା ଠାରେ ଏହା ପରୀକ୍ଷା ମୂଳକ ଭାବରେ ଉଡ଼ା ଯାଇଛି । ପୂର୍ବରୁ ଏକରକୁ ଔଷଧ ଛିଞ୍ଚନ କରିବା ପାଇଁ ଗୋଟିଏ ଦିନ ସମୟ ଲାଗୁ ଥିବାବେଳେ ଏହି ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଡ୍ରୋନ୍ ଦ୍ବାରା ଏକ ଏକର ଜମିରେ କୀଟନାଶକ ସିଞ୍ଚନ ପାଇଁ ମାତ୍ର ୫ ରୁ ୧୦ ମିନିଟ୍ ସମୟ ଲାଗୁଛି । ଏହା ଦ୍ବାରା କମ ଖର୍ଚ୍ଚ ଓ କମ ପାଣି ଖର୍ଚ୍ଚ ହେବା ସହ ଚାଷୀର ଶ୍ରମିକ ବାବଦକୁ ଲାଗୁଥିବା ଖର୍ଚ୍ଚ ଅଧା କମିଯାଉଛି । ଏହା ଧାନ, ପନିପରିବା ସହ ମାଛ ଚାଷରେ ବ୍ୟବହାର ହୋଇପାରିବ ।

୧୦ ଲିଟର କ୍ଷମତା ବିଶିଷ୍ଟ ଏହି ଡ୍ରୋନ କିଣିବା ପାଇଁ ୫୦ ପ୍ରତିଶତ ସବସିଡି ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଅନ୍ୟପକ୍ଷରେ ଏହି ଡ୍ରୋନ୍ ବ୍ୟବହାର କଲେ ଚାଷୀ କମ୍ ସମୟରେ ଅଧିକ ଜମିରେ କୀଟନାଶକ ସିଞ୍ଚନ କରିବା ସହ ପାଣି ମଧ୍ୟ କମ୍ ବ୍ୟବହାର ହେବ ଓ ଶ୍ରମିକ ବାବଦକୁ ଖର୍ଚ୍ଚ ମଧ୍ୟ କମ ହେବ । ତେବେ ଏହି ଡ୍ରୋନ ବ୍ୟବହାର କରିବା ପାଇଁ ଏବେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button