ଓଡିଶା ନାଟ୍ୟ ସଙ୍ଘର 36ତମ ପ୍ରତିଷ୍ଠା ଦିବସ


କଣ୍ଟମାଳ, ତା ୨୭/୯:(ପ୍ରଭାତ କୁମାର ସାହୁ) ଓଡିଶା ନାଟ୍ୟ ସଙ୍ଘର ୩୬ତମ ପ୍ରତିଷ୍ଠା ଦିବସ କଣ୍ଟାମାଳ ବ୍ଲକ ବ୍ରାହ୍ମଣୀର ବଉଲ ଏଣ୍ଡ କଲଚରାଳ ଏସୋସିଏସନ ଦ୍ୱାରା ପାଳିତ ହୋଇଯାଇଛି |ଓଡିଶା ନାଟ୍ୟ ସଙ୍ଘର ବୌଦ୍ଧ ଜିଲ୍ଲା ସଂଯୋଜକ ଲକ୍ଷ୍ମଣ ମହାପାତ୍ରଙ୍କ ଅଧ୍ୟକ୍ଷତାର ଆୟୋଜିତ ସଭାରେ ନାଟ୍ୟକାର ତଥା ନିର୍ଦେଶକ ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଜୀବନ ହେଉଛି ଏକ ନାଟକ, ଆମେ ଜଣେ ଜଣେ କଳାକାର ବୋଲି ମତବ୍ୟକ୍ତ କରିଥିଲେ |ସମ୍ମାନିତ ଅତିଥି ଭାବେ ନାଟ୍ୟକାର ତଥା ଗୀତୀକାର ଦିଲ୍ଲୀପ ମହାନ୍ତି ଯୋଗଦେଇ ନାଟକ ମଣିଷର ହୃଦୟକୁ କିପରି ଛୁଇଁଯାଏ ସେ ବିଷୟରେ କହିଥିଲେ |ଅନ୍ୟତମ ଅତିଥି ଭାବେ କବି ରାଜକିଶୋର ସାହୁ ଯୋଗଦେଇ ନାଟକର ତାତ୍ୱିକ ବିଷୟରେ କହିଥିଲେ |ଶେଷରେ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର ଓଡିଶା ନାଟ୍ୟ ସଙ୍ଘର ଆଭିମୁଖ୍ୟ ବିଷୟରେ କହିଥିଲେ |ବିଶିଷ୍ଟ କଳାକାର ଲିଙ୍ଗରାଜ ପ୍ରଧାନ ମଧ୍ୟ ମଞ୍ଚାସିନ ରହି ଆଲୋଚନାରେ ଭାଗ ନେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟ ପ୍ରେମୀ ଶିବ କମ୍ପ,ଅର୍ଜୁନ ପ୍ରଧାନ, ନେପାଳ ପଲିଆ, ସୁକାନ୍ତ ପ୍ରଧାନ, ଅଜିତ ଗିରି ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ |
କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ



