Orisha

ରାଷ୍ଟ୍ରୀୟ ପୋଷଣ ମାସ ପାଳନ

ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଆଜି ଷୋଳ ଘର ସେକ୍ଟର ପକ୍ଷରୁ ଆୟୋଜିତ କାର୍ଯକ୍ରମ ଶ୍ରୀ ନରସିଂହ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଯୁବନେତା ସମିତି ସଭ୍ୟ ଶ୍ରୀ ପ୍ରମୋଦ ଚନ୍ଦ୍ର ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ CDPO ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ୱାର୍ଡ ସଭ୍ୟ ଶ୍ରୀ ଜଗମୋହନ ସାହୁ ସମ୍ମାନିତ ଅତିଥି ଓ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ସମସ୍ତ ଅଙ୍ଗନୱାଡି କର୍ମୀ ଓ କିଛି ସହାୟିକା ଙ୍କ ସମେତ ବିଦ୍ୟାଳୟ ଛାତ୍ରୀମାନେ ଉପସ୍ଥିତ ରହି ଏଥି ସମ୍ବନ୍ଧୀୟ ସଚେତନତା ସଙ୍ଗିତ ପରିବେଷଣ କରିଥିଲେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ କଣ୍ଢେଇ ମଡେଲ ଚାର୍ଟ କଳସ ଚିତା ଇତ୍ୟାଦି ରେ ସଭାସ୍ଥଳ ବେଶ ଆକର୍ଷଣୀୟ ହୋଇଥିଲା ପୋଷଣ ଦିବସର ଗୁରୁତ୍ୱ ଅତିଥି ମାନେ ବୁଝାଇଥିଲେ ଅପରାହ୍ନ ପ୍ରାୟ ଚାରିଟା ପର୍ଯ୍ୟନ୍ତ କାର୍ଯକ୍ରମ ଚାଲିଥିଲା

ପୁରୁଷୋତ୍ତମପୁର ରୁ ଅଜିତ କୁମାର ପାଢ଼ୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button