Orisha

ଚମ୍ପାପୁର ପଞ୍ଚାୟତ ରେ ଭତ୍ତା ବଣ୍ଟନ

ବଡ଼ଚଣା ୨୮/୯(ଆ ନି ସ) ଦୀର୍ଘବର୍ଷ ଧରି ଭତ୍ତା ନପାଇ ନିରାଶ ହୋଇଥିବା ୧୫୧ ଜଣ ହିତାଧିକାରୀଙ୍କୁ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରାଯାଇଛି ।ସରକାର ୬୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ପରିଣତ ବୟସରେ ବଞ୍ଚିବା ପାଇଁ ଭତ୍ତାର ବ୍ୟବସ୍ଥା କରିଛନ୍ତି ।ମାତ୍ର ଏହାର ବିଡ଼ମ୍ବନା ଦେଖିବାକୁ ମିଳିଥିଲା ଚମ୍ପାପୁର ପଞ୍ଚାୟତ ରେ ।ଏହି ପଞ୍ଚାୟତ ର ୭୦ ଓ ୮୦ ବର୍ଷରୁ ଉର୍ଦ୍ଧ୍ଵ ୧୦୦ ରୁ ଅଧିକ ହିତାଧିକାରୀ ଏ ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ବହୁବାର ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ।ପଞ୍ଚାୟତ ର ବର୍ତ୍ତମାନ ସରପଞ୍ଚ ଓ ସମିଟିସଭ୍ୟଙ୍କ ଉଦ୍ୟମ ଯୋଗୁ ଏହି ହିତାଧିକାରୀ ମାନେ ଆଜି ଭତ୍ତା ପାଇଛନ୍ତି। ଏହି ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସୁଲୋଚନା ପ୍ରଧାନ,ସମିତିସଭ୍ୟ ସତ୍ୟବ୍ରତ ବିଶ୍ୱାଳ ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସସ୍ମିତା ମଲ୍ଲିକ,ଜି ଆର ଏସ ଗୌରାଙ୍ଗ ଚରଣ ସ୍ୱାଇଁ,ସରପଞ୍ଚ ପ୍ରତିନିଧି ସ୍ମିତରଞ୍ଜନ ପ୍ରଧାନ,ଙ୍କ ଉପସ୍ଥିତରେ ୧୫୧ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ସମାଜସେବୀ ଲକ୍ଷ୍ମୀଧର ସାହୁ ,ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button