Orisha

ଦୃଷ୍ଟିହୀନ ଶାରଳା ସେବାୟତ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି   

ତିର୍ତ୍ତୋଲ :- ଚାହୁଁ ଚାହୁଁ ଏଗାର ଦିନ ବିତିଗଲା ! ଶାରଳା ମନ୍ଦିର ବେଢା ଖାଁ ଖାଁ ଲାଗୁଛି ଦୃଷ୍ଟିହୀନ ସେବକ ସ୍ବର୍ଗତଃ ବାବାଜୀ ରାଉଳ ଙ୍କ ଅନୁପସ୍ଥିତିରେ ! ଏବେ ନୁହେଁ କି ଆଉ କେବେବି ଶୁଭିବନି ବାବାଜୀ ରାଉଳଙ୍କ ସ୍ୱର ! ଦଶଦିନ ପୂର୍ବରୁ ପଞ୍ଚଭୁତରେ ଲୀନ ହେଇଯାଇଛନ୍ତି ସ୍ବର୍ଗତଃ ବାବାଜୀ ରାଉଳ ! ଆଜି !ଏକାଦଶାହ ଉପଲକ୍ଷେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ,ତାଙ୍କର କନକପୁର ସ୍ଥିତ ବାସଭବନ ରେ ଆୟୋଜିତ , ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ! ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷ ମନୋଜ ଭୋଇ , ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳ , ପୁର୍ବତନ ଆତ୍ମାଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର , ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଶିକ୍ଷାବିତ ସର୍ବେଶ୍ୱର ପଣ୍ଡା,ଯୁବନେତା ଯଶୋବନ୍ତ ରାଉତ , ଇଞ୍ଜିନିୟର ସୁମିତ ଦାସ , ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ଶରତ କୁମାର ଦାଶ , ସାମ୍ବାଦିକ ଶ୍ରୀକାନ୍ତ ଦାଶ , ସାମ୍ବାଦିକ ଗୌରାଙ୍ଗ ସ୍ୱାଇଁ , ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ , ସାମ୍ବାଦିକ ଭାଗବତ ପ୍ରସାଦ , ସାମ୍ବାଦିକ ଦିପ୍ତିମୟୀ ବିଶ୍ୱରଂଜନ, ସାମ୍ବାଦିକ କୈଳାସ ବେହେରା,ବିଶିଷ୍ଟ ସମାଜସେବୀ ଜନନେତା ଯୁଧିଷ୍ଠିର ସେଠୀ , ବିଜେଡ଼ିନେତା ପ୍ରଫେସର ରମାକାନ୍ତ ଭୋଇ , ସମିତିସଭ୍ୟ ରମେଶ ଚନ୍ଦ୍ର ବାରିକ , ଶାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ୟ୍ଯରଞ୍ଜନ ପରିଜା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ବର୍ଗତ ରାଉଳ ଙ୍କ ବଡ଼ପୁଅ ହରେକୃଷ୍ଣ ରାଉଳ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ , ରମାକାନ୍ତ ରାଉଳ , ବିଶ୍ବରଂଜନ ରାଉଳ , ତ୍ରିଲୋଚନ ରାଉଳ , ବିଷ୍ଣୁ ଚରଣ ରାଉଳ ଓ ପ୍ରଳୟ ରାଉଳ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button