ବ୍ୟାସ ଫାଉଣ୍ଡେସନ ର ସେବା ମାନବ ସେବା ନୁହେଁ ମାଧବ ସେବା


ପାରାଦ୍ୱୀପ :- ମାନସିକ ବିକୃତ କାରଣରୁ ରାସ୍ତାଘାଟରେ ବିପଦପୂର୍ଣ୍ଣ ଭାବେ ଘୁରି ବୁଲୁଥିବା ମଣିଷ ବହୁ ସମୟରେ ଆକସ୍ମିକ ଭାବେ ମୃତ୍ୟୁର ସାମ୍ନା କରିଥାଏ ! ଆହାଃ କହିବାକୁ କେହି ନଥାନ୍ତି କିମ୍ବା ସାହା ହେବାକୁ ବି କେହି ନଥାନ୍ତି !କେହି ନ ଥାନ୍ତି ତାଙ୍କର ଭଲମନ୍ଦ ବୁଝିବାକୁ ! କିନ୍ତୁ ଏମାନଙ୍କର ବି ବଞ୍ଚିବାର ଅଧିକାର ଅଛି ! ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସେବାଧର୍ମୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ଏଇଭଳି ବ୍ୟକ୍ତି ମାନଙ୍କୁ ଯତ୍ନ ନେବାକୁ ଚି଼ହ୍ନଟ କରି ପୁରୀ ଜିଲ୍ଲା କଣାସ ଠାରେ ଥିବା ଅସହାୟ ମାନଙ୍କର ଥଇଥାନ ସଂସ୍ଥା,କଲ୍ୟାଣୀ ସେବା ସେଣ୍ଟର ରେ ଆଶ୍ରିତ କରାଇଥାଏ ! ଆଜି ପାରାଦ୍ୱୀପ ଓ ତାର ପାଖ ଅଞ୍ଚଳରୁ ସତର ଜଣ ଭିନ୍ନକ୍ଷମ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଦାର କରି କଲ୍ୟାଣୀ ଅଭିମୁଖେ ଯାତ୍ରା କରିଛନ୍ତି ! ଯେଉଁଠି ରହିବା ଖାଇବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ବୁଝିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି ! ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଉପାଧ୍ୟକ୍ଷା ରଶ୍ମିତା ନାୟକ ସମେତ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ମାନେ ତାଙ୍କ ସହିତ ରହି ନିରାପଦରେ ଅସହାୟ ମାନଙ୍କୁ ପହଞ୍ଚାଇଛନ୍ତି ! ବ୍ୟାସ ଫାଉଣ୍ଡେସନ ର ଏପରି ସେବାକାର୍ଯ୍ୟ ପାଇଁ ସବୁ ସ୍ତରରୁ ପ୍ରଶଂସା କରୁଥିବା ବେଳେ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇ କହିଛନ୍ତି ଯେ ବ୍ୟାସ ଫାଉଣ୍ଡେସନ ମାନବ ସେବା କରୁନାହିଁ, କରୁଛି ମାଧବ ସେବା !ଇତି ମଧ୍ୟରେ ବ୍ୟାସ ଫାଉଣ୍ଡେସନ କଣାସ ସେବାଶ୍ରମ କଲ୍ୟାଣୀରେ ତିନିଶହରୁ ଉର୍ଦ୍ଧ ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ଓ ମାନସିକ ବ୍ୟକ୍ତି ମାନଙ୍କୁ ଥଇଥାନ କରାଇ ସରିଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ ଅବଗତ କରାଇଛନ୍ତି !
ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା



