Orisha

ହାଜି ଶେଖ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟରେ ପୋଷକ ବିତରଣ !

ତିର୍ତ୍ତୋଲ : ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପ୍ରତ୍ୟେକ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀ ଙ୍କୁ ନୂତନ ପୋଷକ ସହିତ ଜୋତା ପ୍ରଦାନ କରାଯାଇଛି ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କୃଷ୍ଣାନନ୍ଦପୁର ହାଜି ଶେଖ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟର ନବମ ଓ ଦଶମ ଛାତ୍ରଛାତ୍ରୀ ମାନଙ୍କୁ ଟି ସାର୍ଟ ଓ ଟ୍ରାକ ସୁଟ ସହିତ ଜୋତା ପ୍ରଦାନ କରାଯାଇଛି !ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ସେଠୀ ଙ୍କ ତତ୍ୱାବଧାନରେ ଆୟୋଜିତ ପୋଷକ ବିତରଣ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ପ୍ରଭାତ କୁମାର ଦାସ, ତାପସ କୁମାର ଷଢଙ୍ଗୀ,ଜିନ୍ନତ ଆରା ବେଗମ୍,ଶେଖ ଅବାସ ଉଦ୍ଦିନ,ରାଜେଶ ସାହୁ, ଅନିତା ସାହୁ,ଶେଖ ବସାରତ ଅଲ୍ଲୀ,ତସାୱର ହୋସେନ,ମିର ମେହେଫୁଜ ଅଲ୍ଲୀ,ଶେଖ ସଲମାନ କୌସର,ଅତସୀ ସେଠୀ, ପବିତ୍ର ନାୟକ ଏବଂ ସୌମ୍ୟା ସୁଚରିତା ବେହେରା ! ନୂତନ ପୋଷକ ପାଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲ ରୁ ସନାୱାର ଅଲ୍ଲୀ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button