ବଜ୍ରପାତ ରେ ୪ ଜଣଙ୍କର ମୃତ୍ୟୁ


କଳାହାଣ୍ଡି ଜିଲ୍ଲା ଧର୍ମଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବିଲରେ ଚାଷ କାମରେ ନିୟୋଜିତ ଥିବା ବେଳେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ଜରେ ନାବାଳିକା ଚାଳ ଘରେ ଥିବା ବେଳେ ଜଳି ଯାଇଛନ୍ତି। ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲାର ଶାନ୍ତି ଲିମଗଛିଆ, ରୂପେ ନିମଗଛିଆ, ଲତା ନିମଗଛିଆ ଓ ଅମ୍ବିକା ହରିଜନ (୧୪)।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମରେ ବ୍ରଜପାତରେ ଶାନ୍ତି ଲିମଗଛିଆ (୫୦), ରୂପେ ନିମଗଛିଆ ଓ ଲତା ନିମଗଛିଆ ଜମିରେ କାମ କରି ଫେରୁଥିବା ବେଳେ ହଠାତ ବ୍ରଜପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣକ ଙ୍କ ମୃତ୍ୟୁ ହୋଇଯାଇଥିଲା। ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଘଟଣା ସଂକ୍ରାନ୍ତ ରେ ଧର୍ମଗଡ଼ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠେଇ ଥିବା ଜଣାପଡିଛି। ମୃତକ ମାନେ ଗୋଟାଏ ପରିବାର ହୋଇଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ



