ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ l


ବୌଦ୍ଧ -୨୬|୦୯-ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ଆଜି ସନ୍ଧ୍ୟା ୮ଟା ସମୟରେ ମନମୁଣ୍ଡା ଦପଲା ରାସ୍ତାର ସୋଲାର ପ୍ଲାଣ୍ଟ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ସୂଚନା ଅନୁସାରେ ମନମୁଣ୍ଡା ଥାନା ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମର ଗୌତମ ସେଠୀ (୨୮) କୌଣସି କାମରେ ମନମୁଣ୍ଡା ଯାଇ ନିଜ ଘରକୁ ଫେରୁଥିବା ସମୟରେ ସୋଲାର ପ୍ଲାଣ୍ଟ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା | ଦୁର୍ଘଟଣାରେ ଯୁବକ ଜଣକ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ | ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହେଉଥିବା ଯୋଗୁଁ ଘଟଣା ସ୍ଥଳରେ ଗୌତମ ଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି | ଦୁର୍ଘଟଣା ସମ୍ପର୍କରେ ମନମୁଣ୍ଡା ଥାନାକୁ ଖବର ଦିଆ ଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି | | ମୃତ ଗୌତମ ଦୁଇ ବର୍ଷ ପୂର୍ବେ ବାହା ହୋଇଥିବା ବେଳେ ସ୍ତ୍ରୀ ଓ ଗୋଟିଏ ୯ମାସର ସନ୍ତାନ ଥିବା ଜଣା ପଡିଛି | ଗୌତମ ଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇଥିବା ବେଳେ ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ | ମୃତକ ଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି |
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



