ଘୁଙ୍ଗୀନାଳ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର


-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭୁତିଆପାଲି – ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗୀନାଳ ପୋଲ ତଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଗ୍ରାମର ବସନ୍ତ ମାଳି(୨୬) ବୋଲି ଜଣା ପଡିଛି। ସେ ଗତ ୨୩ ତାରିଖ ଦିନ ଘରୁ କାହାକୁ କିଛି ନ କହି କୁଆଡେ ଯାଇଥିଲେ। ସେ ଘର କୁ ନ ଆସିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କଲେ ମାତ୍ର ଯୁବକଙ୍କ ପତ୍ତା ପାଇଲେ ନାହିଁ। ଫଳରେ ଯୁବକ ଜଣକ ନିଖୋଜ ଥିବା ନେଇ ଗତ ତାଙ୍କ ବଡ ଭାଇ ସତ୍ୟ ମାଳି ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋମବାର ଅପରାହ୍ନ ରେ ଘୁଙ୍ଗୀ ନାଳ ପୋଲ ତଳେ ମୃତ ଦେହ ର ଗୋଡ ଦେଖା ଯାଉଥିବା ନେଇ ସୁଚନା ପାଇଥିଲେ। ଏନେଇ ବୀରମହାରାଜପୁର ଥାନା କୁ ଖବର ଦିଆଯିବା ପରେ ପୋଲିସ ଉପସ୍ଥିତି ରେ ମୃତ ଦେହ ଉଦ୍ଧାର କରାଯାଇଛି। ସୁଚନଯୋଗ୍ୟ ଘୁଂଗି ନାଳ ରେ ଏକ ନୂତନ ପୋଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟଙ୍କା ମଞ୍ଜୁର ହେଇଛି। ଠିକା ସଂସ୍ଥା ତରଫରୁ ପୋଲ ନିର୍ମାଣ ପାଇଁ ଗାତ ଖୋଳା ହୋଇଥିଲା। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ହେବାରୁ କାମ ଅଧରେ ରଖି ଠିକା ସଂସ୍ଥା ଫେରାର ହୋଇଛି। ଠିକା ସଂସ୍ଥା କାମ ଆରମ୍ଭ ବେଳେ ପୋଲ ର ଆଧା ଅଂଶ କୁ ମାଟି ପକେଇ ପୋତି ଦେଇଥିଲା। ଫଳରେ ପାଣି ପ୍ରବାହିତ ହୋଇ ପାରୁ ନାହିଁ। ଯୁବକଙ୍କ ମୃତ ଦେହ ସେହି ପୋଲ ଭିତରେ ତିନି ଦିନ ହେଲା ଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। ବୀରମହାରାଜପୁର ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ଯୁଡ଼ି କେଶ 18/23 ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କଲା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି lବୀରମହାରାଜପୁର ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଉଦ୍ଧାର କାର୍ଯ୍ୟ କରି ଶବକୁ ପୋଲ ତଳୁ ଉଦ୍ଧାର କରିଥିଲେ l
ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ



