ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଯାଜପୁର ସ୍ଥିତ ଗୁରୁକୁଳ ପବ୍ଲିକ୍ ସ୍କୁଲ୍, ଚଣ୍ଡିଖୋଲ, ପରିସର ରେ ପ୍ରାୟ ୩୦୦ ବିଭିନ୍ନ ପ୍ରଜାତିର ବୃକ୍ଷ ଯଥା – ଲିମ୍ୱ, କରଞ୍ଜ, କୃଷ୍ଣଚୂଡ଼ା, ପିଜୁଳି, ଆମ୍ବ, ଅର୍ଜୁନ, ଜାମୁ ଆଦି ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର୍ ପରିଡ଼ା sbi bank ଚଣ୍ଡିଖୋଲର ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ଆଶୁତୋଷ ଶତପଥୀ, ସର୍ବୋତ୍ତମ ସୋସିଆଲ ଅର୍ଗାନାଇସେସନ ର ସମ୍ପାଦିକା ସୁଶ୍ରୀ ଶ୍ରାବଣୀ ରାୟ ପ୍ରମୁଖ ଯୋଗଦାନ କରିଥିଲେl ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ର ଆବଶକ୍ୟତା ଓ ଉପକାରିତା ବିଷୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା l ବିଶ୍ଵରେ ଯେଭଳି ଦୃତ ଶିଳ୍ପାୟନ ତଥା ବିକାଶ ମୂଳକ ଯୋଜନା ଦ୍ଵାରା ଅବିଚାରିତ ଜଙ୍ଗଲ ଅପସାରଣ ହୋଇ ଚାଲିଛି ଏବମ୍ ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦେଖା ଦେଉଛି, ଜୈବ ବିଭିନ୍ନତାରେ ହ୍ରାସ ଘଟୁଛି ତାହାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଏବମ୍ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ lଉକ୍ତ କାର୍ଯ୍ୟକ୍ରମ କୁ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ର ସଦସ୍ୟ ପ୍ରମୋଦ କୁମାର ସାହୁ ଏଵଂ ପ୍ରଭାତ କୁମାର ଓ ବିକାଶ କୁମାର ଆଦି ପ୍ରମୁଖ ପରିଚାଳନା କରିଥିଲେ lଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୃଷ୍ଠପୋଷକତାରେ ଏବମ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରକୃତି ପ୍ରେମୀ ଛାତ୍ର ଛାତ୍ରୀ ତଥା ଅନ୍ୟମାନେ ଯୋଗଦାନକରି ଉତ୍ସାହ ପ୍ରଦାନ କରିଥିଲେ l
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



