Orisha

ରେଙ୍ଗାଲିଭଦ୍ରି ହରିଜନ ପଡାରେ ନିଆରା ଭାବରେ ପାଳନ ହେଲା ନୂଆଁଖାଇ

ବିନିକା, ୨୬/୯ (ସମର୍ଥ ନ୍ୟୁଜ୍)

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତ ଅନ୍ତର୍ଗତ ରେଙ୍ଗାଲଭଦ୍ରି ଗ୍ରାମର ହରିଜନ ପଡାରେ ନିଆରା ନୁଆଁଖାଇ ପାଳନ କରାଯାଇଛି। ରେଙ୍ଗାଲଭଦ୍ରି ହରିଜନ ପଡାବାସି ଏକତ୍ରିତ ହୋଇ ଭାଗବାନ ବୁଦ୍ଧ ଓ ଭାରତ ରତ୍ନ ଡ଼. ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହମବତୀ ଜାଳି ଆମ୍ଵେଦକର ବିଚାର ଧାରା ଉପରେ କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ପର୍ବ ପାଳନ କରାଯାଇଥିଲା l ଏହାସହ ପ୍ରତିବର୍ଷ ଏହି ପର୍ବକୁ ଆମ୍ଵେଦକର ବିଚାରଧାରା ଅନୁସାରେ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ଏକତ୍ର ମନାଇବା ପାଇଁ ସଂକଳ୍ପ ନେଇଛନ୍ତି l ଆମ୍ଵେଦକର ବିଚାରଧାରାରେ ନୂଆଁଖାଇ ପାଳନ ପଡାବାସିଙ୍କୁ ଉତ୍ସାହିତ କରିଥିବା ଜଣାପଡିଛି। ଏଥିରେ ଓଡିଶା ଭୀମ ସେର୍ନି ସଭାନେତ୍ରୀ ଧିମତୀ ମଞ୍ଜୁ କୁମ୍ଭାର, ଡୁଙ୍ଗୁରିପାଲି ବ୍ଲକ ସଭାପତି କୃଷ୍ଣ ବାଘ, ଓ୍ଵାର୍ଡ ମେମ୍ଵର ଶିବ ବାରିକ, ଭକ୍ତ ମହାନନ୍ଦ, ଥବିର ଦିପ ଆଦି କାର୍ଯ୍ୟକ୍ରମ ନେତୃତ୍ବ ନେଇଥିଲେ। ରଞ୍ଜନ, ସମ୍ରାଟ, ରଞ୍ଜିତ, ଶିବାନି, ଟଙ୍କ, ଅର୍ଚ୍ଚିତା, ସମାରୁ, ଦେବକି, ରୀତା, ରିଙ୍କି, ସୌଦାମିନୀ, ଖତ, ବଲ୍ଲଭି, ସୃତି, ପଦ୍ମା, ଲିଲିମା ଓ ସମସ୍ତ ପଡାବାସି ସହଯୋଗ କରିଥିଲେ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button