Orisha

ସାମାନ୍ୟ ପାଟିତୁଣ୍ଡରୁ ମାଡ଼ ମାରି ମାରିଦେଲେ ।

 

କଣ୍ଟାମାଳ,୨୬।୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରେଙ୍ଗସା ଗ୍ରାମର ବିନୋଦ ସାହୁ ସମେତ ୩ଜଣ ବ୍ୟକ୍ତି ଖୁଣ୍ଟିଗୋରା ଅଞ୍ଚଳକୁ କୌଣସି କାମରେ ଆସିଥିଲେ l ୨୩ ତାରିଖ ଦିନ ୩ଜଣ ଗୋଟିଏ ବାଇକ ଯୋଗେ ଖୁଣ୍ଟିଗୋରାରୁ ରେଙ୍ଗସାକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଣ୍ଟାପଡା ମାର୍କେଟ ଛକ ପାନ ଦୋକାନରେ ପାନ ଖାଇଲେ l ନିଶା ସେବନ କରିଥିବାରୁ ଉଚ୍ଚ ସ୍ୱରରେ ପାଟିତୁଣ୍ଡ କରି ଜଣେ ବ୍ୟକ୍ତିକୁ ମାଡ଼ମାରିଥିଲେ ।ଫଳରେ ସ୍ଥାନୀୟ କିଛି ଲୋକ ବିନୋଦକୁ କାବୁ କରି ମାଡ଼ ମାରିଥିଲେ l ପରେ ବିନୋଦ ସାଥୀଙ୍କ ସହ ନିଜ ଗ୍ରାମକୁ ଯାଇଥିଲେ। କିନ୍ତୁ ବିନୋଦ ସେଠାରେ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ l ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ୨ଟା ସମୟରେ ବିନୋଦ ସାହୁ(୫୦)ଙ୍କ ମୃତ୍ୟୁ ହୋଇଥିଲା l ଗତକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ମୃତକଙ୍କ ପରିବାର ପକ୍ଷରୁ ସୋମବାର ଘଣ୍ଟାପଡା ଥାନାରେ ଅଭିଯୋଗ କରାଯାଇଛି l କେସ ନଂ. ୮୦/୨୩ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ଖୁବ ଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ଥାନାଧିକାରୀ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button