ଶିକ୍ଷକ ନିଯୁକ୍ତି ଦାବି ରେ ସ୍କୁଲ ରେ ପଡିଲା ତାଲା l


ବୌଦ୍ଧ – 25/09-ଶିକ୍ଷା ମାନବ ସମାଜ ର ମେରୁଦଣ୍ଡ l ଶିକ୍ଷାବ୍ୟବସ୍ଥା ରେ ସରକାର ବିଭନ୍ନ ସମୟରେ ପରିବର୍ତନ ଆଣିବା ସହିତ ସ୍କୁଲ ଗୁଡିକରେ ପାଠ୍ୟ ପୁସ୍ତକ, ଖାଦ୍ୟ, ପୋଷାକ ଦେବା ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସ୍କୁଲ ଗୁଡିକୁ ଅତ୍ୟାଧୁନିକ ରୂପାନ୍ତି କରଣ କରୁ ଛନ୍ତି l କିନ୍ତୁ ବିଭିନ୍ନ ସମୟରେ ବହୁ ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ନେଇ ଧର୍ମଘଟ, ହରତାଳ, ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳୁଛି!ଆଜି ଠିକ ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗଁl ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ତଳଗଁl ରେ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ର ମୁଖ୍ୟ ଫାଟକରେ ତାଲା ପକାଇ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ର ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ଉକ୍ତ ସ୍କୁଲ ରେ 170 ଜଣ ଛାତ୍ର ଛାତ୍ରୀ ଥିବାବେଳେ 4ଜଣ ଶିକ୍ଷକ ଶିକ୍ଷାଦାନ ଦେଉଛନ୍ତି!ତେଣୁ ଛାତ୍ର ଛାତ୍ରୀ ଉଚିତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି l ଶିକ୍ଷକ ଅଭାବ କୁ ନେଇ ବିଭିନ୍ନ ସମୟରେ, ଜିଲ୍ଲାଶିକ୍ଷା ଅଧିକାରୀ,ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ହେଉନ ଥିବାରୁ ଆଜି ଛାତ୍ର ଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସ୍କୁଲ ଫାଟକରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ କରିବା ସହିତ ଶିକ୍ଷକ ନିଯୁକ୍ତି ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ସୂଚନା ଦେଇଛନ୍ତି l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



