ଜଗତସିଂହପୁର ଏସପି ଙ୍କୁ ଭେଟିଲେ ଆଞ୍ଚଳିକ ବିକାଶମଞ୍ଚ ର କାର୍ଯ୍ୟକର୍ତ୍ତା


ଜଗତସିଂହପୁର :- ସାବାଡ ହେଇଗଲେ ଦୁର୍ନୀତିଖୋର ବେପାରୀ ! ଜବତ ହେଲା ବାଲିମାଫିଆଙ୍କ ଟ୍ରାକ୍ଟର !ଚୋରା ମଦବେପାରୀ ଆଉ ଗଞ୍ଜେଇ ବିକାଳୀ ପ୍ରମାଦ ଗଣିଲେ ! କାରଣ ବେପାର ବନ୍ଦ କରିଦେଲେ, କୃଷ୍ଣାନନ୍ଦପୁର ଥାନାର ଆଇଆଇସି ସୁଶାନ୍ତ କୁମାର ସାହୁ !ସ୍ୱାର୍ଥରେ ବାଧା ଆସିବାରୁ ପ୍ରମେୟ ଓ ସମ୍ବାଦ ଖବର କାଗଜରେ ଆଇଆଇସି ଙ୍କ ବିରୁଦ୍ଧରେ ଗତ ଅଗଷ୍ଟ 29 ତାରିଖରେ ନିନ୍ଦିତ ଓ କୁତ୍ସା ରଟନା କରାଗଲା !ମାତ୍ର ସମ୍ପୂର୍ଣ୍ଣ ବିଷୟଟି ଥିଲା ଅଲଗା ପ୍ରକାର ! ଟ୍ରାକ୍ଟର ଯୋଗେ ଚୋରା ବାଲି ଉଠେଇ ହାଇୱା ସାହାଯ୍ୟରେ ବନ୍ଦର ନଗରୀ ପାରାଦ୍ୱୀପ କୁ ଚାଲାଣ କରୁଥିବା ମାଫିଆଙ୍କ ଟ୍ରାକ୍ଟର ଜବତ କରିଥିଲେ ଆଇଆଇସି ଶ୍ରୀଯୁକ୍ତ ସାହୁ ! କେବଳ ସେତିକି ନୁହେଁ, ଚୋରା ମଦ, ଗଞ୍ଜେଇ ବେପାରୀଙ୍କୁ ଗୋଡେଇ ଗୋଡେଇ ନୟାନ୍ତ କରିଦେଲେ ଥାନାବାବୁ ! ନ୍ୟାୟ ପାଇଁ ଆସୁଥିବା ବ୍ୟକ୍ତି ମାନଙ୍କୁ ଉତ୍ତମ ବୁଝାମଣାରେ ସମାଧାନ ଯୋଗେଇଦେଇ ବାହାବା ନେଉଛନ୍ତି ଥାନାବାବୁ ! ରାଜନୈତିକ ଦଲାଲଙ୍କ ପକେଟ ଫାଙ୍କା କରିଦେଲେ ଥାନାବାବୁ ! ଅଳ୍ପ ଦିନରେ ବହୁତ ବଡ କାର୍ଯ୍ୟ ସୁହାଇଲାନି ମାଫିଆ ଦଲାଲ ଙ୍କୁ !ଏଇ ହେଉଛି ଶ୍ରୀଯୁକ୍ତ ସାହୁଙ୍କ ସ୍ୱାର୍ଥପର ନେତାଙ୍କ ପାଖରେ ଅପରାଧ ! ସେଥିପାଇଁ ତାଙ୍କୁ ବଦନାମ କରାଇବାକୁ ପ୍ରମେୟ ଓ ସମ୍ବାଦରେ ଗୁଡ଼ାଏ ଝାଡ଼ିଦେଇଛନ୍ତି ! ତାର ପ୍ରତିଉତ୍ତରରେ କନିମୂଳ ଓ ବିଶନପୁର ବିକାଶମଞ୍ଚ ର କାର୍ଯ୍ୟକର୍ତ୍ତା ଜଗତସିଂହପୁର ଏସପି ଶ୍ରୀଯୁକ୍ତ ରାହୁଲ ପିଆର ଙ୍କୁ ଏକ ଦିସ୍ତା କାଗଜର ଦସ୍ତଖତ ଥିବା ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ! ଯେଉଁଥିରେ ଶ୍ରୀଯୁକ୍ତ ସାହୁଙ୍କୁ ବହୁ ପ୍ରଶଂସା କରାଯାଇ, ଏହି ପରି ଦକ୍ଷ ଆଇଆଇସିଙ୍କୁ କୃଷ୍ଣାନନ୍ଦପୁର ଥାନାରେ ଅବସ୍ଥାପିତ ରହିବାକୁ ଦାବୀ କରାଯାଇଛି ! ବିକାଶମଞ୍ଚ ତରଫରୁ ଇଂ. ବେଦଦ୍ୟୁତି ପୃଷ୍ଟି, ସେକ ମାନୱର ଅଲ୍ଲୀ, ବିଷ୍ଣୁ ଚରଣ ଦାସ, ସୁଶୀଲ କୁମାର ସାହୁ, ବିଜୟ କୁମାର ପଣ୍ଡା, ରବୀନ୍ଦ୍ର କୁମାର ମଲ୍ଲିକ, କାଁହ୍ନୁ ଚରଣ ମଲ୍ଲିକ, ଅବୁକଲାମ, ସେକ ମେହବୁବ ଅଲ୍ଲୀ ପ୍ରମୁଖ ଜଗତସିଂହପୁର ଏସପିଙ୍କୁ ଭେଟି ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



