Orisha

ବିରାମୁଣ୍ଡାରେ ସହରା(ଶବର) ଜନଜାତିର ପୂଜାବିଧି କର୍ମଶାଳା l

ବୌଦ୍ଧ -25/09: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ବିରାମୁଣ୍ଡା ଠାରେ ବୌଦ୍ଧ ଜିଲ୍ଲା ଅଶିଘର ସହରା ସମାଜ ସଭାପତି ତପେଶ୍ୱର ନାଏକଙ୍କ ଆହ୍ୱାନକ୍ରମେ ସହରା(ଶବର) ଜନଜାତିର ପୂଜାବିଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ସହରା ସମାଜର ଆରାଧ୍ୟ ଠାକୁର ନୀଳମାଧବଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ପରେ ବରଗଡ଼ ଜିଲ୍ଲାର ସଂଯୋଜକ କୈଳାଶ ଚନ୍ଦ୍ର ଭୁଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କବିବନ୍ତ ଭୋଇ, ଗୋକୁଳ ଭୋଇ, ମୃତ୍ୟଞ୍ଜୟ ଭୋଇ, ଲକ୍ଷ୍ମୀଧର ଭୋଇ, ବରଗଡ଼ର ଗଜ ବାଘ, ଟଙ୍କଧର ନାଏକ, ବଲାଙ୍ଗୀର ଜିଲ୍ଲା ଉପଦେଷ୍ଟା ବଳଦେବ ଭୋଇ, କଣ୍ଟାମାଳ ପୂର୍ବତନ ଥାନାଧିକାରୀ ବେଣୁଧର ଭୋଇ, ଆଞ୍ଚଳିକ କେନ୍ଦ୍ର କମିଟି ପୂର୍ବତନ ସଭାପତି ଘନଶ୍ୟାମ ବୁଡ଼ାଏକ ପ୍ରମୁଖ ମଞ୍ଚାସିନ ଥିଲେ l ସଭା ଆରମ୍ଭ ପୂର୍ବରୁ ବୌଦ୍ଧ ଜିଲ୍ଲା ସହରା ସମାଜ ସମ୍ପାଦକ ବାର୍ଷିକ ବିବରଣୀ ପଠନ କରିଥିଲେ l ଏହାପରେ ଅନୁଷ୍ଠିତ କର୍ମଶାଳାରେ ସହରା ସମାଜର ଜାତିଆଣ ସଂସ୍କାର କାର୍ଯ୍ୟ, ବିବାହ ସଂସ୍କାର କାର୍ଯ୍ୟ, ଜନ୍ମମୃତ୍ୟୁ ସଂସ୍କାର କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା l ସହରା ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ମିଳି ଥିବାରୁ ସମସ୍ତେ ଉକ୍ତ ଭାଷାର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା l ଏହି ଅବସରରେ ଗଣିତ୍ ଅର୍ଥାତ୍ ପୂଜକ ଏବଂ ସଂସ୍କୃତିକୁ ବଞ୍ଚାଇ ରଖିଥିବା ପ୍ରମୁଖ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ବିବାହ କାର୍ଯ୍ୟରେ ନିଶା ସେବନକୁ ବର୍ଜନ କରିବା ପାଇଁ ସାମୁହିକ ଶପଥ ପାଠ କରାଯାଇଥିଲା l ଶେଷରେ ମୃତ୍ୟୁଞ୍ଜୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କର୍ମଶାଳାରେ ବୌଦ୍ଧ ସମେତ ବରଗଡ଼, ବଲାଙ୍ଗୀର, ସୋନପୁର ଓ କନ୍ଧମାଳ ଜିଲ୍ଲାରୁ ବହୁ ସଂଖ୍ୟାରେ ସହରା ସମାଜର ମହିଳା ଓ ପୁରୁଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button