Orisha

ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା l

 

ବୌଦ୍ଧ -୨୪/୯ -ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ବୌଦ୍ଧ ପ୍ରଜ୍ଞାନ ମିଶନ୍ ଶାଖା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ର ଶ୍ରୀ ସୁଶାନ୍ତ ଗୁରୁଜୀ ଅଧ୍ୟକ୍ଷତା କରିଥିଲେ। ପଞ୍ଚାୟତ ଡିଗ୍ରୀ କଲେଜ କଣ୍ଟାମାଳ ସମେତ ଆଖପାଖ ୧୦ଟି ଶିକ୍ଷା ଅନୁଷ୍ଠାନ ର, ୩ୟ ଶ୍ରେଣୀ ରୁ +୩ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଭବବତ୍ ଗୀତାର ତୃତୀୟ ଅଧ୍ୟାୟ ର ନିର୍ଧାରିତ ଶ୍ଲୋକ ଗୁଡିକ ଆବୃତ୍ତି କରିଥିଲେ। ବିଚାରକ ଭାବରେ ଶ୍ରୀ ନିରଞ୍ଜନ ସାହୁ, ସୁଶ୍ରୀ ନମ୍ରତା ନାୟକ, ସୁରେନ୍ଦ୍ର କୁମାର ପ୍ରଧାନ, ପ୍ରମୁଖ ଯୋଗଦାନ କରିଥିଲେ । ବୌଦ୍ଧ ପ୍ରଜ୍ଞାନ ମିଶନ୍ ର ସଦସ୍ୟ ଶିବଦତ୍ତ ପଟ୍ଟନାୟକ,ସୌମିତ୍ରୀ ପଲିଆ, ସମୀର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ଶ୍ରୀ ସାଗର କୁମାର ବଗର୍ତ୍ତୀ ଉକ୍ତ ପ୍ରତିଯୋଗିତା ପାଇଁ ଖାଦ୍ୟ ପାନୀୟ ର ଆୟୋଜନ କରିଥିଲେ।ପରିଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦିଆଯାଇଥିଲା।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button