Orisha

ବାଉଁଶୁଣୀ ଥାନାରେ ନୂତନ ଆଇଆଇସି ଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବୌଦ୍ଧ ୱେବ୍ ମିଡିଆ ସଂଘ ।

 

ବୌଦ୍ଧ: ୨୪/୯ -: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାରେ ନୂତନ ଆଇଆଇସି ଭାବରେ ଅଞ୍ଜଳୀ ବିଶ୍ୱାଳ ଗତ ସୋମବାର ଯୋଗଦାନ କରିଛନ୍ତି । ନୂତନ ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳଙ୍କୁ ଆଜି ବୌଦ୍ଧ ଜିଲ୍ଲା ୱେବ୍ ମିଡିଆ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ସମସ୍ତ ୱେବ୍ ମିଡିଆ ସଂଘର ସାମ୍ବାଦିକ ସାକ୍ଷାତ କରିବା ସହ ସ୍ଥାନୀୟ ଅଞ୍ଚଳର ସମସ୍ତ ସମସ୍ୟାକୁ ସୁଧାରିବା ନେଇ ଆଲୋଚନା କରିଥିଲେ । ପ୍ରାୟ ଏକ ବର୍ଷ ଧରି ବାଉଁଶୁଣୀ ଥାନାରେ ଆଇଆଇସି ପଦବୀ ଖାଲି ରହିଥିଲା l ଆଇଆଇସି ଥିବା ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ବଦଳି ହେବା ପରେ ସବ୍ ଇନ୍ସପେକ୍ଟର ସସ୍ମିତା ମଗର, ଅରୁଣ ସିଂ ଓ ବିକ୍ରମ ଦେହୁରୀ କିଛି ମାସ ଲେଖାଏଁ ଭାରପ୍ରାପ୍ତ ଅଧିକାରୀ ଭାବରେ ଦାୟୀତ୍ବ ନିର୍ବାହ କରିଥିଲେ | ବାଉଁଶୁଣୀ ବୌଦ୍ଧ ଜିଲ୍ଲାର ଏକ ପ୍ରମୁଖ ଅଂଚଳ ହୋଇଥିବା ଦୃଷ୍ଟିରୁ ନୂତନ ଆଇଆଇସି ଭାବରେ ଅଞ୍ଜଳୀ ବିଶ୍ୱାଳ ଯୋଗଦାନ କରିବା ପରେ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଓ ବାଉଁଶୁଣୀ ଅଞ୍ଚଳରେ କଡାକୁଡ଼ି ପେଟ୍ରୋଲିଂ ବ୍ୟବସ୍ଥା ଓ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ବୋଲି ଜନସାଧାରଣ ଆଶା କରିଛନ୍ତି | ଆଜିର ଏହି ସାକ୍ଷାତ ସମୟରେ ସଂଘର ସଭାପତି ଅକୁର ବେହେରା,ଉପଦେଷ୍ଟା ଅବୁ ଖାନ,କୋଷାଧକ୍ଷ ଆଶିଷ ଠାକୁର, ଭରତ ଡ଼ାଙ୍ଗ, ହୃଦାନନ୍ଦ ମେହେର,

ତିଲକ ମେହେର,କୃପାସିନ୍ଧୁ ସୁନା, ଅଭିମନ୍ୟୁ ନାଏକ,ସିଦ୍ଧେଶ୍ୱର ଗିରି,ବାସୁଦେବ ଶାଣ୍ଢ, ସତ୍ୟ ବିଭାର ଓ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେ ଗଞ୍ଜାମ ଜିଲ୍ଲାରୁ ବୌଦ୍ଧ ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଆରକ୍ଷୀ ଅଧୀକ୍ଷକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କୁ ବାଉଁଶୁଣୀ ଥାନାରେ ନିଯୁକ୍ତ କରିଥିବା ଚର୍ଚ୍ଚା ହେଉଛି।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button