ପଞ୍ଚାୟତ ସ୍ତରୀୟ ବିଜେଡି ର ଯୁବ ଛାତ୍ର କର୍ମଶାଳା


ତିର୍ତ୍ତୋଲ :- ସମୟ ଚକ୍ରର ଲଗାମ ଛଡା ଗତିରେ ଆଜିର ଯୁବଛାତ୍ର ସମାଜ ଗତିକରୁଥିବା ବେଳେ, ଶାସକଦଳ ଖେଳୁଛନ୍ତି ନିର୍ବାଚନୀ ମ୍ୟାଚ ! ଆସନ୍ତା 2024 ନିର୍ବାଚନ କୁ ଆଖିଆଗରେ ରଖି ଗଠିତ ହେଉଛି ବିଜେଡି ଯୁବଛାତ୍ର ସଂଗଠନ ! ପ୍ରଥମେ ବେତନ ଭୋଗୀ, ଦ୍ଵିତୀୟରେ ମିଶନଶକ୍ତି ମହିଳା, ଏବେ ତୃତୀୟରେ ଯୁବଛାତ୍ର ମାନଙ୍କ ଉପରେ ନିର୍ବାଚନୀ କବଜା ! ଭୋଟର ଯିବେ କୁଆଡେ ? ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନ କୋଷ୍ଟୀମଲ୍ଲିକା ପୂର୍ ପଞ୍ଚାୟତ ର ଶାଳୀଜଙ୍ଗା ଗ୍ରାମରେ , ରବିବାର ଦିନ ମଧ୍ୟାହ୍ନ ରେ, ପଞ୍ଚାୟତ ସ୍ତରୀୟ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏକ କର୍ମଶାଳା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁରଜିଲ୍ଲା ଯୁବ ବିଜେଡ଼ିର ସମ୍ପାଦକ ଧ୍ୟାନରଞ୍ଜନ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବସରପଞ୍ଚ ବିଭୁ ପ୍ରସାଦ ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ,ତିର୍ତ୍ତୋଲ ବ୍ଲକ ଯୁବ ବିଜେଡ଼ିର ଉପସଭାପତି ନରେନ୍ଦ୍ର ବାରିକ ଙ୍କ ସଭାପତିତ୍ବ ରେ ଏହି କର୍ମଶାଲା ରେ ଜିଲ୍ଲା ଯୁବ ବିଜେଡ଼ିର ସମ୍ପାଦକ ଶ୍ରୀ ନନ୍ଦ, ଏହି ପଞ୍ଚାୟତରେ ଶିକ୍ଷା , ସ୍ୱାସ୍ଥ୍ୟ , ଗମନା ଗମନ, ବ୍ୟାଙ୍କିଙ୍ଗ ସୁବିଧାସୁଯୋଗ ପାଇବା ପାଇଁ ଆମର ହକ ଦାବୀ ପୂରଣ ନିମନ୍ତେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଛାତ୍ର ବିଜେଡ଼ି ଉପସଭାପତି ଅତ୍ରୀଭୂଷଣ ନନ୍ଦ,, ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସାରଦା ମଲ୍ଲିକ , ଙ୍କ ସମେତ ବିଜୟ କୁମାର ସ୍ବାଇଁ , ଆଶିଷ ମହାନ୍ତି , ଯୁବନେତା ସମିତ ଶାସମଲ୍ , ସୌମ୍ୟ ରଞ୍ଜନ ସାମଲ , ବିଶ୍ୱଜିତ୍ ବାରିକ , ରମେଶ ବେହେରା , ସଞ୍ଜୟ ଦାସ , ସୀତାଂଶୁ ବାରିକ , ବିଭୁଦତ୍ତ ମହାନ୍ତି , ସମୀର ସାସମଲ୍ , ପ୍ରଦୀପ ପ୍ରଧାନ , ସଞ୍ଜୟ କାନୁନଗୋ , ରାଧେଶ୍ୟାମ ପଣ୍ଡା , ପ୍ରଫୁଲ୍ଲ ବାରିକ ଓ ବିଜୟ ଦାସ ପ୍ରମୁଖ ସାଙ୍ଗଠନିକ ଦୃଢ଼ତା ଓ ଦକ୍ଷତା ବଜାୟ ରଖିବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହି କର୍ମଶାଳା ରେ ପଞ୍ଚାୟତର ଶତାଧିକ ଯୁବକ ଓ ଛାତ୍ର ମାନେ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



