ଗଡଭିତର ନୂଆଁଖାଇ ଭେଟଘାଟରେ ରାବଣ ଦରବାର।


ବୌଦ୍ଧ-୨୪-୯ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ପଞ୍ଚାୟତ ଗଡଭିତର ଗ୍ରାମର ଗଣେଶ ମହୋତ୍ସବ ଅବସରରେ ଦୁଇଦିନ ଧରି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆୟୋଜିତ ସଭାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, କହ୍ନେଇ ଚରଣ ଡାଙ୍ଗ, ଯୋନ୍ ୪ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ, ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ, ସମିତି ସଭ୍ୟ ପ୍ରମୋଦ ଦେହୁରୀ, ଖଲିଆପାଲି ସରପଞ୍ଚ ପ୍ରତିନିଧି ଦିଲ୍ଲୀପ ମେହେର, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ମଣ୍ଡଳ ସଭାପତି ଯୀଶୁ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦୀପ ଦେହୁରୀ ସଭା ପରିଚାଳନା କରିଥିଲେ। ସ୍ଥାନୀୟ ମାଁ କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାବଣ ଦରବାର ନାଟକ ପରିବେଷଣ କରିଥିଲେ। ସଚ୍ଚିଦାନନ୍ଦ, ଅଶୋକ କୁମାର, ଦେବେନ୍ଦ୍ର କୁମାର ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଦର୍ଶକ ମାନଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



