Orisha

ନୂଆଖାଇ ଅବସରରେ ଶୁଭମ ମ୍ୟୁଜିକ ଆନୁକୂଲ୍ୟରେ ଭବାନୀପାଟଣା ସହର ସ୍ଥାନୀୟ ଗାନ୍ଧୀ ଛକ ଠାରେ ସମ୍ବଲପୁରୀ ସଂନ୍ଧ୍ୟା ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

ପଶ୍ଚିମ ଓଡିଶାର ପବିତ୍ର ଗଣ ପର୍ବ ନୂଆଖାଇ ଅବସରରେ ଶୁଭମ ମ୍ୟୁଜିକ ଆନୁକୂଲ୍ୟରେ ଭବାନୀପାଟଣା ସହର ସ୍ଥାନୀୟ ଗାନ୍ଧୀ ଛକ ଠାରେ ସମ୍ବଲପୁରୀ ସଂନ୍ଧ୍ୟା ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ କଳାହାଣ୍ଡି ର ମାନ୍ୟଗୁଣ୍ୟ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ, ତଥା ମରଣୋତ୍ତର ସମ୍ମାନ ସ୍ବର୍ଗତ ସୁନାମ ମୁନା ଙ୍କ ପରିବାର ସଦସ୍ୟ ଙ୍କୁ ଦିଆଯାଇଥିଲା l ଏହି ଭେଟଘାଟ ଅବସରରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ,ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ବେହେରା,ଶ୍ରୀଯୁକ୍ତ ଜିତୁ ମହାନ୍ତି, ଶ୍ରୀଯୁକ୍ତ ଧଵଲେ ମହାପାତ୍ର ଆୟୋଜକ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଧାନ,ଉପଦେଷ୍ଠା ଆୟୋଜକ କମିଟି ଶ୍ରୀଯୁକ୍ତ କାଦିର ଖାଁନ,ଶୁଭମ ମ୍ୟୁଜିକ ର କଳାକାର, ହାଏରେ ଦିଲ ଏଣ୍ଡ ପାର୍ଟି ର କଳାକାର ତଥା ଭବାନୀପାଟଣା ର ଜନସାଧାରଣ ଏହି ମନଲୋଭା କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button