Orisha

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପଧାନପାଲି ଗ୍ରାମରେ ଜିଲ୍ଲା କୁଲତା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ।

 

ବିନିକା, ୨୪/୯ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ପଞ୍ଚାୟତ ପଧାନପାଲିରେ ଜିଲ୍ଲା ସ୍ତରିୟ କୁଲତା ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ପଧାନପାଲି କୁଲତା ସମାଜ ଆନୂକୁଲ୍ୟରେ ଆୟୋଜିତ ଭେଟଘାଟ କାର୍ଯ୍ୟକ୍ରମରେ ସରପଞ୍ଚ ସୁଦାମ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମେରେ ଅତିଥିଭାବରେ କଲାହାଣ୍ଡି ଜିଲ୍ଲା କୁଲତା ସମାଜର ସଭାପତି କେଶବ ଚନ୍ଦ୍ର ଭୋଇ, ବୌଦ୍ଧ ଜିଲ୍ଲା ଉପ ସଭାପତି ସ୍ବାଧୀନ କୁମାର ପଧାନ, କନ୍ଧମାଳ ଜିଲ୍ଲା ଉପ ସଭାପତି ଗୋବିନ୍ଦ ବେହେରା, ବରଗଡ ଜିଲ୍ଲା ସଭାପତି ଦିବାକର ପଧାନ, ପୂର୍ବତନ ସଭାପତି ଟାଇ ଚନ୍ଦ୍ର ଭୋଇ, ଯୁବ ଚାଷି ସୁଦାମ ସାହୁ,ସୁବାଷ ପଧାନ, ସମ୍ବଲପୁର ଜିଲ୍ଲା ଅବସରପ୍ରାପ୍ତ କମିଶନର (ଜିଏସଟି) ତେଜରାଜ ପ୍ରଧାନ,ସମ୍ବଲପୁର ମହିଳା ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସୌମ୍ୟଦତ୍ୟ ପଧାନ, ବଲାଙ୍ଗୀର ଜିଲ୍ଲା ଯୁବ ସଂଗଠନ ସଭାପତି ଅସିନ ଭୋଇ, ହରିହର ପ୍ରଧାନ,ସୋନପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ଡକ୍ଟର ରାଧାକାନ୍ତ ଗଡତିଆ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନପୁର,ବଙ୍ଗାଳି ବିଶ୍ବାଲ, କର୍ଣ୍ଣରାଜ ପଧାନ,ନେହୁରା ପଧାନ ପ୍ରମୁଖ ଅତିଥିଭାବରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ମାଁ ରାମଚଣ୍ଡୀଙ୍କ ଠାରେ ମାଲ୍ୟାର୍ପଣ ତଥା ପ୍ରଦିପ ପ୍ରଜ୍ବଲନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସୋନପୁର ଜିଲ୍ଲା କୁଲତା ସମାଜର ମେଡିକାଲ ଛାତ୍ର ବିନୟ ଭୋଇ, ତୁଷାର ସାହୁ, ଛାତ୍ରୀ ଅଙ୍କିତା ପଧାନ, ମେଟ୍ରିକ ପରିକ୍ଷାରେ ଏ1 ପାଇଥିବା ଛାତ୍ରୀ ଜସ୍ବିନ ପଧାନ, ପ୍ରିତିମୟି ପଧାନ, ଅନ୍ବେଷା ଭୋଇ, ସାମାଜିକ କର୍ମୀ ବିଭୁଦତ୍ତ ବିଶ୍ବାଲଙ୍କ ସମେତ ବିଭିନ୍ନ ବର୍ଗର ପ୍ରତିଭାବାନ ମାନଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବୋଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସୋନପୁର କୁଲତା ସମୟର ସମ୍ପାଦକ କ୍ଷେତ୍ରବାଷି ପଧାନ ପରିଚାଳନା କରିଥିବାବେଳେ ମୂରଲୀଧର ବିଶ୍ବାଲ,ସୁନିଲ ବିଶ୍ବାଲ, ରବି ବେହେରା, ରାଜେନ୍ଦ୍ର ବାରିକ,ଗୌନ୍ତିଆ -ଆନନ୍ଦ ପଧାନଙ୍କ ସମେତ ପଧାନପାଲି ଗ୍ରାମ ବାସି ସହଯୋଗ କରିଥିଲେ।

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button